Entertainment SPORTS

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

salman khan

ଆଜି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ । ସନ୍ଧ୍ୟାରେ ଯୋଗ ଦେବେ ସୁପରଷ୍ଟାର ସଲମାନ ଖାନ୍‌ । ଏଥିପାଇଁ ସଲମାନ୍ ନିଜେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି । ଏହା ସହ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ବଲିଊଡ ଟାଇଗର ।

ଏହାସହ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନ୍‌ ମଧ୍ୟ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟେଜ୍‌ଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ଯ୍ୟନ୍ତ ସବୁ କିଛି ପ୍ରସ୍ତୁତ ଶେଷ ହୋଇଛି।

salman khan

କଟକ ସେଲିବ୍ରିସେନ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୩୦ ହଜାରରୁ ଅଧିକ ଦର୍ଶକ ଷ୍ଟାଡିୟମରେ ବସି କାର୍ଯ୍ୟକ୍ରମ ଉପଭୋଗ କରିବେ । ସିସିଟିଭି ନଜରରେ ପୂରା ଷ୍ଟାଡିୟମ ରଖାଯିବ ।

ସୂଚନାଯୋଗ୍ୟ,ଅପରାହ୍ନ ୨ଟା ୩୦ରୁ ଷ୍ଟାଡିୟମ ଗେଟ୍‌ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ। ତେବେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ୍‌, ମିରର୍‌, କ୍ୟାମେରା ଆଦି ନେଇ ପାରିବେ ନାହିଁ। କେବଳ ମହିଳାମାନେ ବ୍ୟାଗ୍‌ ନେଇ ପାରିବେ ବୋଲି ପୁଲିସ୍‌ କମିଶନର କହିଛନ୍ତି।

ପଢନ୍ତୁ;  ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

Related posts

ପରଦାକୁ ଆସିଯାଇଛି ଆଉ ଏକ ନୂଆ ଓଡ଼ିଆ ସିନେମା

ENO Beuro

ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର !

ENO Beuro

୧୦୦ କୋଟି ଆୟ ପରେ ୨୦୧୯ର ସଫଳ ଫିଲ୍ମ ତାଲିକାରେ ‘କବୀର ସିଂ’

Ratnamani Moharana

Leave a Comment