Entertainment

‘ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ସଲମାନ ଖାନ୍‌

love

ଚଳଚ୍ଚିତ୍ର ‘ଲଭ୍‌ରାତ୍ରି’ ପାଇଁ ବଢ଼ିଲା ଅଭିନେତା ସଲ୍‌ମାନ ଖାନ୍‌ଙ୍କ ଅଡ଼ୁଆ। ସଲ୍‌ମାନଙ୍କ ବିରୋଧରେ ଏତଲା ଦାଏର କରିବା ଲାଗି ବିହାରର ମୁଜାଫରପୁର କୋର୍ଟ ବୁଧବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମର ଟାଇଟଲ୍‌ ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରାଘାତ କରୁଥିବା ଅଭିଯୋଗ ହୋଇଛି।

love

ଚଳଚ୍ଚିତ୍ର ‘ଲଭରାତ୍ରି’ ଦୁର୍ଗାଦେବୀଙ୍କ ନବରାତ୍ରି ପୂଜା ଉପରେ ଆଧାରିତ। ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଏହି ଚଳଚ୍ଚିତ୍ରକୁ ନେଇ ଆପତ୍ତି ଉଠାଇଥିଲା। ଭିଏଚପିର ଆନ୍ତର୍ଜାତିକ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଥିଲେ ଯେ ଚଳଚ୍ଚିତ୍ରକୁ ସିନେମା ହଲ୍‌ରେ ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ,ଅକ୍ଟୋବର ୫ରେ ରିଲିଜ୍‌ ହେବାକୁ ଥିବା ‘ଲଭ୍‌ରାତ୍ରି’ର ପ୍ରଯୋଜକ ହେଉଛନ୍ତି ସଲ୍‌ମାନ ଏବଂ ଏହା ଜରିଆରେ ସେ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ବଲିଉଡ୍‌ରେ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ଓ୍ବରିନା ମଧ୍ୟ ବଲିଉଡ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି।

ପଢନ୍ତୁ; ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

Related posts

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ

ENO Beuro

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଦୁଖଃଭରା ଗୀତ “ମୋ ସାଥେ ଖେଳିଳୁ”

ENO Beuro

ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚା, ମୁହଁ ଖୋଲିଲେ ଅନୁଷ୍କା

ENO Beuro

Leave a Comment