ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା , ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ

ଚୀନ ବକ୍ସ ଅଫିସରେ ସଲମାନ ଖାନଙ୍କ ଜଲୱା

ଅମୀର ଖାନଙ୍କ ପରେ ଏବେ ବଲିଉଡର ସୁଲତାଦ ସଲମାନ ଖାନଙ୍କ ସିନେମା ଚୀନରେ ରିଲିଜ ହୋଇଛି । ଚୀନର ଲୋକମାନେ ସଲମାନଙ୍କୁ ହୃଦୟର ସହିତ ସ୍ୱାଗତ ମଧ୍ୟ କରିଛନ୍ତି । ସଲମାନଙ୍କ ବ୍ଲକ ବଷ୍ଟର ସିନେମା ‘ବଜରଙ୍ଗୀ  ଭାଇଜାନ’ ମାର୍ଚ୍ଚ ୨ ରେ ଚୀନରେ ରିଲିଜ୍ କରାଯାଇଛି ଏବଂ ସିନେମାଟିକୁ  ଚୀନର ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ସଲମାନଙ୍କର ବଜରଙ୍ଗୀ  ଭାଇଜାନ ସିନେମାଟି ପ୍ରଥମ ଦିନରେ  ପାଖାପାଖି ୨.୨୦ ମିଲିୟନ ବ୍ୟବସାୟ କରିଛି । ଏହି ଭଳି ସିନେମାଟି ଅନ୍ତରାଷ୍ଟ୍ରୀୟ ବକ୍ସ ଅଫିସ କଲେକ୍ସନରେ ସଲମାନ ଖାନଙ୍କ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ସିନେମା ତାଲିକାରେ ଅଛି ।

ସଲମାନଙ୍କର ଏହି ସିନେମାକୁ ଭାରତରେ ଭଲ ରେଶପନସ ମିଳିଥିଲା । ତାଙ୍କ ଅଭିନୟକୁ ଭାରତୀୟ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଖାଲି ଭାରତରେ ନୁହଁ ଏହି ସିନେମାଟିକୁ ପାକିସ୍ଥାନରେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ ।

କବିର ଖାନଙ୍କ ନିର୍ଦ୍ଦେଶିତ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ସିନେମା ଭାରତରେ ୩୨୦.୪୩ କୋଟିର ବ୍ୟବସାୟ କରିଛି । ଏହି ସିନେମାରେ ସଲାମାନ ଖାନଙ୍କ ସହିତ ହର୍ଷାଲୀ ମଲୋହତ୍ରା ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ।

ଏହି ସିନେମାକୁ ଚୀନରେ ୮୦୦୦ ସ୍କ୍ରୀନରେ ରିଲିଜ କରାଯାଇଛି । ସଲମାନଙ୍କ ପୁର୍ବରୁ ଅମିର ଖାନ୍ ନିଜ ସିନେମା ଚୀନରେ ରିଲଜ୍ କରାଇଥିଲେ ଏବଂ ତାଙ୍କ ସିନେମାଟିକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ ।ସଲମାନ ଖାନଙ୍କ ଏହି ସିନେମାଟି ଚୀନରେ କେତେ କୋଟିର ବୟବସାୟ କରୁଛି ତାହା ଦେଖିବା କୁ ବାକି ରହିଲା ।

ପଢନ୍ତୁ ;

ସକାଳୁ ଆଲାର୍ମ ବାଜିବା ପରେ ବି ପୁଣି ସୋଇପଡୁଛନ୍ତି କି ? ତେବେ ଆପଣନ୍ତୁ ଏହି ଉପାୟ

ସଲମାନଙ୍କର ବଜରଙ୍ଗୀ  ଭାଇଜାନ ସିନେମାଟି ପ୍ରଥମ ଦିନରେ  ପାଖାପାଖି ୨.୨୦ ମିଲିୟନ ବ୍ୟବସାୟ କରିଛି - 4.6

91%

ଏହି ସିନେମାକୁ ଚୀନରେ ୮୦୦୦ ସ୍କ୍ରୀନରେ ରିଲିଜ କରାଯାଇଛି - 4.4

88%
4.5/5

Very Good!

ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା

ଅମୀର ଖାନଙ୍କ ପରେ ଏବେ ବଲିଉଡର ସୁଲତାଦ ସଲମାନ ଖାନଙ୍କ ସିନେମା ଚୀନରେ ରିଲିଜ ହୋଇଛି । ଚୀନର ଲୋକମାନେ ସଲମାନଙ୍କୁ ହୃଦୟର ସହିତ ସ୍ୱାଗତ ମଧ୍ୟ କରିଛନ୍ତି । ସଲମାନଙ୍କ ବ୍ଲକ ବଷ୍ଟର ସିନେମା ‘ବଜରଙ୍ଗୀ  ଭାଇଜାନ’ ମାର୍ଚ୍ଚ ୨ ରେ ଚୀନରେ ରିଲିଜ୍ କରାଯାଇଛି ଏବଂ ସିନେମାଟିକୁ  ଚୀନର ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

No Votes Yet

You're not rated yet