୧୯୦ କୋଟିରେ ବିକ୍ରି ହେଲା ରେସ୍୩
ଜୋରସୋରରେ ଚାଲିଛି ସଲମାନ ଖାଁଙ୍କ ଅପ୍ କମିଙ୍ଗ ଫିଲ୍ମ ରେସ୍ ୩ର ମେକିଙ୍ଗ । କିଛି ଦିନ ପୂର୍ବରୁ ସଲମାନ କଶ୍ମୀରରୁ ଶୁଟିଂ ସାରି ଫେରିଛନ୍ତି । ସବୁଠାରୁ ବଡ କଥାହେଲା ରିଲିଜ୍ ପୂର୍ବରୁ ଫିଲ୍ମକୁ ୧୯୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଆଗାମୀ ଇଦ୍ରେ ଏହା ପରଦାକୁ ଆସିବାକୁ ଥିବାବେଳେ ଭଲ ବିଜ୍ନେସ୍ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ପିଙ୍କ ଭିଲା ରିପୋର୍ଟ ଅନୁସାରେ ଇରୋସ ଇଣ୍ଟରନ୍ୟାସନାଲ ଫିଲ୍ମ ବିତରଣ ସଂସ୍ଥା ପ୪ରୁ ରେସ୍ ୩ ଫିଲ୍ମକୁ ୧୯୦ କୋଟି ଟଙ୍କାରେ କିଣିବା ପାଇଁ ଏହାର ପ୍ରଯୋଜକଙ୍କୁ ଅଫର୍ କରିଥିଲେ । ଏଥିମଧ୍ୟରୁ ୧୬୦ କୋଟି ଟଙ୍କା ୱାଲ୍ଡୱାଇଡ୍ ଡିଷ୍ଟ୍ରିବ୍ୟୁସନ୍ ରାଇଟ୍ସ ପାଇଁ ମିନିମମ୍ ଗ୍ୟାରେଣ୍ଟି ରାଶି ରହିଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି ସଲମାନ ଖାନ୍ ଏବଂ ରମେଶ ତୈାରାନୀ । ଇରୋସ ଏବଂ ରେସ୍ ୩ ଫିଲ୍ମ ପ୍ରଯୋଜକଙ୍କ ମଧ୍ୟରେ କାଗଜପତ୍ର କାମ କିଛି ଦିନ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।
ଶୁଣିବାକୁ ମିଳିଛି କି ଏହି ଫିଲ୍ମକୁ କିଣିବା ଲାଗି ୟଶରାଜ ପ୍ରଡକ୍ସନ୍ସ, ରିଲାଏନ୍ସ ଏବଂ ଫକ୍ସ ଷ୍ଟୁଡିଓ ମଧ୍ୟ ଧାଡ଼ିରେ ଥିଲେ । ମାତ୍ର ଏହି ରେସ୍ରେ ଇରୋଜ ଆଗେଇ ଯାଇଛି । ଏହି ବର୍ଷ ଇଦ୍ରେ ଆସିବାକୁ ଥିବା ଏହି ସିନେମାର ନିର୍ଦେଶନା ଦେଇଛନ୍ତି ରେମୋ ଡି’ସୁଜା । ଏହି ସିନେମାରେ ସଲମାନଙ୍କ ବ୍ୟତୀତ ଅନୀଲ କପୁର, ବବି ଦେଓଲ, ସାକିବ ସଲିମ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଏବଂ ଡେଜି ଶାହ ମଧ୍ୟ ଅଭିନୟ କରୁଛନ୍ତି ।
ବିଶେଷକରି ସଲମାନଙ୍କ ଫିଲ୍ମକୁ ନେଇ ଦର୍ଶକ ଖୁବ୍ ଏକ୍ସାଇଟେଡ୍ ଥାଆନ୍ତି । ଇଦ୍ ଅବସରରେ ସଲମାନଙ୍କର ଅଧିକାଂଶ ଫିଲ୍ମ ମଧ୍ୟ ହିଟ୍ ହୋଇଥିବାର ନଜିର ରହିଛି ।
ପଢନ୍ତୁ ;
‘୧୦୨ ନଟ ଆଉଟ ’ : ୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଏହି ଦୁଇ ସୁପରଷ୍ଟାର