ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

ସେୟାର କଲେ ସଲମାନ

ନିକଟରେ ସଲମାନ ଖାନ ନିଜ ପର୍ସନାଲ ଲାଇଫର ଏକ ମଜାଦାର କାହାଣୀ ଦଶ କା ଦମ ସେଟରେ ସେୟାର କରିଛନ୍ତି । ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ତାହା ସଲମାନ ସେୟାର କରିଛନ୍ତି।

କିଛି ବର୍ଷ ତଳେ ସେ ଏକ୍ସ ଗର୍ଲଫ୍ରେଣ୍ଡଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ। ସେ ସମୟରେ ଗର୍ଲଫ୍ରେଣ୍ଡ୍‌ଙ୍କ ମାତାପିତା ଘରେ ନ ଥିଲେ। ତେବେ ହଠାତ୍‌ ସେମାନେ ଘରକୁ ଫେରିଥିଲେ। ସଲମାନ୍‌ ବାହାରକୁ ବାହାରି ପାରି ନ ଥିଲେ। ବାଧ୍ୟ ହୋଇ ସେ ଆଲମୀରାରେ ଲୁଚି ଯାଇଥିଲେ। ମାତ୍ର ଭିତରେ ଥିବା ଧୁଳି ଯୋଗୁ ସଲମାନଙ୍କୁ ଛିଙ୍କ ଆସିଥିଲା।ଗର୍ଲଫ୍ରେଣ୍ଡଙ୍କ ପିତା ଆଲମୀରା ଖୋଲି ସଲମାନ୍‌ଙ୍କୁ ବାହାରକୁ କାଢ଼ିଥିଲେ। ସଲମାନ୍‌ଙ୍କୁ ଭୟ ଲାଗୁଥିଲା।

କିନ୍ତୁ ମୋ ଭାଗ୍ୟ ଭଲ ଥିଲା ଗର୍ଲଫ୍ରେଣ୍ଡର ପ୍ୟାରେଣ୍ଟସ ମୋତେ ପସନ୍ଦ କରୁଥିଲେ । ଏହିପରି ଅନେକ ଯୁବକଙ୍କ ସହିତ ହୋଇଥିବ।

‘ସ୍ତ୍ରୀ’ର ପ୍ରମୋଶନ ପାଇଁ ଆସିଥିବା ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ସାମ୍ନାରେ ସଲମାନ ଏହି ରାଜ ଖୋଲିଥିଲେ । ସଲମାନଙ୍କ ପରେ ରାଜକୁମାର ମଧ୍ୟ ତାଙ୍କର ଏକ୍ସପିରିଏନ୍ସ ସେୟାର କରିଥିଲେ । ସେ କହିଥିଲେ ଗର୍ଲଫ୍ରେଣ୍ଡର ପ୍ୟାରେଣ୍ଟସ ହଠାତ ଆସିବାରୁ ମୋତେ ମଧ୍ୟ ଗର୍ଲଫ୍ରେଣ୍ଡର ବାଲକୋନିରେ ୨ ଘଣ୍ଟା ପର୍ଯ୍ୟନ୍ତ ଲୁଚିବାକୁ ପଡିଥିଲା।

 

ପଢନ୍ତୁ;ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More