LIFESTYLE

ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ଘରୋଇ ଉପାୟରେ ମୁହଁରୁ ବ୍ରଣ ଦୂର କିପରି କରିବେ ଜାଣନ୍ତୁ

ଅନେକଙ୍କ ମୁହଁରେ ବ୍ରଣ ହୋଇଥାଏ । ଏଥିପାଇଁ ମୁହଁର ସୈନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ଯାହାଙ୍କ ତ୍ୱଚା ତୈଳଯୁକ୍ତ  ସବୁଦିନେ ସେମାନଙ୍କ ମୁହଁରେ ବ୍ରଣ ଦେଖାଯାଇଥାଏ। ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇ ଥାଏ। ବ୍ରଣ ଯେ ଖାଲ ଅସୁନ୍ଦର ଦିଶେ ସେମିତି ନୁହେଁ, ବରଂ ମୁହଁକୁ ଦରଜ ବି କରି ଦେଇଥାଏ । ସବୁଠାରୁ ବଡ଼ କଥା ହେଲା ବ୍ରଣ ଭଳ ହେବା ପରେ ବି ମୁହଁରୁ ଦାଗଗୁଡ଼ିକ ସହଜରେ ଯାଏନାହିଁ । ଯାହା ସୌନ୍ଦର୍ଯ୍ୟକୁ ପୂରାପୂରି ଭାବେ ବିଗାଡ଼ି ଦେଇଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାର ଉପଚାର କେମିତି କରିବା ।

ଗୋଟାଏ କାଚ ପାତ୍ରରେ କିଛି ଲୁଣ ନିଅନ୍ତୁ । କିଛି ଲୁଣ ସାଥିରେ କିଛି ମହୁ ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ । ମୁହଁ ଧୋଇ ଏହି ପେଷ୍ଟ୍‍କୁ ଭଲ ଭାବରେ ଲେପ ଦିଅନ୍ତୁ । ଏହି ପେଷ୍ଟ୍‍ ମୁହଁରେ ଟିକେ ଶୁଖିଗଲେ ହାତକୁ ଟିକେ ଓଦା କରି ଧୀରେ ଧୀରେ ଲଗେଇ ଦିଅନ୍ତୁ । ତାହାକୁ ୧୦-୧୫ ମିନିଟ୍‌ ମୁହଁରେ ରଖନ୍ତୁ । ତାପରେ ସାଧା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ ।

ଏମିତ କରିବା ଦ୍ଵାରା  ବ୍ରଣ ଭଲ କରିବା ସହ ମୁହଁରୁ  ଧୀରେ ଧୀରେ ଦାଗ ବି କମ୍‌ କରି ଦେବ । ତ୍ୱଚା ଉଜ୍ୱଳ ବି ଦିଶିବ ଆଉ ନରମ ବି ହେବ । ସପ୍ତାହକୁ ୨ ଥର ଏମିତି କରି ଦେଖନ୍ତୁ ଆପଣଙ୍କ ତ୍ୱଚା କିପରି ଉଜ୍ଜ୍ୱଳ ଦିଶିବ ।


ପଢନ୍ତୁ ;

ଆସନ୍ତୁ ଜାଣନ୍ତୁ ମୁଳାପତ୍ର ଶରୀର ପାଇଁ କେତେ ଉପଯୋଗୀ ?

Related posts

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା

ENO Beuro

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More