POLITICALS

ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ଶାଳିନୀ ଯାଦବ

ଏଥର ବାରଣାସୀରେ ଦେଖିବାକୁ ମିଳିଛି ଜୋରଦାର ପଲିଟିକାଲ୍ ଫାଇଟ୍ । 2019 ନିର୍ବାଚନ ସତରେ ଏକ ନିଆରା ନିର୍ବାଚନ ରୂପ ନେଇଛି । ଭିଭିଆଇପି ଆସନ ବାରାଣାସୀରେ ମୋଦି ବନାମ୍ ‘ଏକ୍‌ ଶୋ ଏକ୍’ ଫାଇଟ୍ ଦେଖିବାକୁ ମିଳିଛି । ବାରଣାସୀ ଆସନରୁ ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଏସପି –ବିଏସପି ମେଣ୍ଟ ତଥା ବହିଷ୍କୃତ ବିଏସଏଫ ଯବାନ ତେଜ୍ ବାହାଦୂର  ଯାଦବଙ୍କ ପ୍ରାର୍ଥୀପାତ୍ର ନାକଚ ହେବାପରେ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ମହାମେଣ୍ଟ ପ୍ରାର୍ଥୀ ଶାଳିନୀ ଯାଦବ  ନିର୍ବାଚନ ଲଢ଼ିବାନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ୧୦୨ ଜଣ ୧୧୯ ନାମାଙ୍କନ ପତ୍ର ଦେଇଥିଲେ | ସେଥିମଧ୍ୟରୁ ୩୧ ଜଣଙ୍କ ନାମାଙ୍କନ ବୈଧ ଥିଲା | ତେଜ ବହାଦୁରଙ୍କ ନାମାଙ୍କନ ରଦ୍ଦ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ତେଜ ବାହାଦୂର ୨ଟି ନାମାଙ୍କନ ପତ୍ର ଦେଇଥିଲେ | ତାଙ୍କ କାଗଜପତ୍ରରେ ସବୁ ତଥ୍ୟ ନଥିବାରୁ ତାଙ୍କୁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା | ୧ ତାରିଖ ସକାଳ ୧୧ଟା ସୁଦ୍ଧା ସେ ନିଜର ଜରୁରୀ କାଗଜପତ୍ର ଓ ଏନଓସି ନିର୍ବାଚନ ଆୟୋଗଙ୍କ ନିକଟରେ ଜମା କରିବେ | କିନ୍ତୁ ସେ ନିଜର ଏନଓସି ଜମା କରିନଥିଲେ | ଫଳରେ ତାଙ୍କ ନାମାଙ୍କନ ପତ୍ର ଖାରଜ କରିଦିଆଯାଇଥିଲା |
ପଢନ୍ତୁ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ENO Beuro

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ENO Beuro

କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ

ENO Beuro

Leave a Comment