• Home
  • News
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ
News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ

ବିଶିଷ୍ଟ ଅହମିୟା ସାହିତ୍ୟିକ ବେଜବରୁଆଙ୍କ ବାସଗୃହର ଦାୟିତ୍ଵ ନେବେ ରାଜ୍ୟ ସରକାର । ସଂସ୍କୃତି ବିଭାଗ ଏହାର ରକ୍ଷଣାବେକ୍ଷଣ କରିବ । ଏହାକୁ ସ୍ମୃତିପୀଠରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସାମର ପ୍ରଖ୍ୟାତ ସାହିତ୍ୟିକ ସ୍ଵର୍ଗତ ବେଜବରୁଆ ସମ୍ବଲପୁର ଠାରେ ଦୀର୍ଘଦିନ ଧରି ରହିଥିଲେ । ସେଠାରେ ତାଙ୍କର ବାସଗୃହ ରହିଛି । ଏହି ବାସଗୃହର ରକ୍ଷଣାବେକ୍ଷଣ ନେଇ ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲି , ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରମର୍ଶଦାତା ହୃଷୀକେଶ ଗୋସ୍ଵାମୀଙ୍କ ସମେତ ଏକ ପ୍ରତିନିଧି ଦଳ ସଚିବାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ , ସ୍ଵର୍ଗତ ବେଜବାରୁଆଙ୍କ ପାଇଁ ଓଡିଶାବାସୀ ମଧ୍ୟ ଗୌରବ ଅନୁଭବ କରନ୍ତି । ତାଙ୍କ ସ୍ମୃତି ପ୍ରତି ସମ୍ମାନ ଓ ଆସାମ ଜନସାଧାରଣଙ୍କ ପ୍ରତି ସଦ୍ଦିଚ୍ଛାର ନିଦର୍ଶନ ସ୍ୱରୂପ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର କରାଯିବ । ତାହାର ସଂରକ୍ଷଣ କରି ଏକ ସ୍ମୃତିପୀଠରେ ପରିଣତ କରାଯିବ । ପୁନରୁଦ୍ଧାର କାର୍ଯ୍ୟ ଅନ୍ତର୍ଜାତିକ ସଂସ୍କୃତି ଓ ଐକିହ୍ୟ ଅନୁଷ୍ଠାନ ଇନଟାକ ଦ୍ଵାରା କରାଯିବ ଏବଂ ପୁନରୁଦ୍ଧାର ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ

ପଢନ୍ତୁ, ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା 

Related posts

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

ସିସିଟିଭି ରେ କଏଦ୍ ହେଲା : ନବଜାତ ଶିଶୁକନ୍ୟାକୁ ରାସ୍ତା କଢରେ ଫିଙ୍ଗି ଦେବାର ଦୃଶ୍ୟ

ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More