News

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମ୍ବଲପୁରୀ କପଡାକୁ ଏଣିକି ସବୁ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡ୍ରେସ କୋଡ ଭାବେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ରବିବାର ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ପାଠକ ମଂଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

ଶିକ୍ଷାନୁଷ୍ଠାନରେ ସମ୍ବଲପୁରୀ ଡ୍ରେସ କୋଡ କରିବା ନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚିବମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । କେତେକ ବୈଷୟିକ ଅସୁବିଧା କାରଣରୁ ଏହା ଲାଗୁ ହୋଇପାରୁ ନାହିଁ । ଅନ୍ୟ କପଡା ଅପେକ୍ଷା ସମ୍ବଲପୁରୀ କପଡା ମହଙ୍ଗା । ତେଣୁ ଶସ୍ତାରେ କପଡା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୟନଶିଳ୍ପ ମନ୍ତ୍ରୀ ।

ପଢନ୍ତୁ, ୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ

Related posts

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

Krishna Kumar Manoj

ସର୍ବବୃହତ୍ ‘ଲିନେନ କ୍ଲବ’ ପୋଷାକ ସାମଗ୍ରୀ ଏବେ କଟକ ସହରରେ!

Krishna Kumar Manoj

କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣା : ସ୍ଵାଧୀନତାର ୭୦ ବର୍ଷ ପରେ ଏଭଳି ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More