Movie News

ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତାଙ୍କ ଜବରଦସ୍ତ ପ୍ରେମ କାହାଣୀ – ମନ ଖାଲି ତତେ ଚାହେଁ

ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତାଙ୍କ ଜବରଦସ୍ତ ପ୍ରେମ କାହାଣୀ - ମନ ଖାଲି ତତେ ଚାହେଁ

ଓଡିଆ ଆଲବମ ଜଗତରୁ ଯାତ୍ରା ଆରାମ୍ଭ କରିଥିବା ସମ୍ବିତ ଆଚାର୍ଯ୍ୟ, ବର୍ତ୍ତମାନ ଓଲିଉଡର ଜଣେ ବହୁ ଜଣାଶୁଣା ନାୟକ  । ଅଙ୍କିତା ନୂଆ ହେଲେ ମଧ୍ୟ ଦର୍ଶକଙ୍କ ନିକଟରେ ବେଶ ପରିଚିତ ।  ଦର୍ଶକେ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା “ମନ ଖାଲି ତତେ ଚାହେଁ” । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା ।

ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍‌ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ଅଙ୍କିତା ମିଠା ମିଠା ଶୋ ରୁ ଯାତ୍ରା ଆରମ୍ଭ କରିଥିଲେ ଏବୋଂ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି “ମିଠାମିଠା” ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଆଗାମୀ ସିନେମା ହେଲା ଇଷ୍କ ବାଲା ଲଭ ।

ସେହିପରି ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ‘ଲେଖିଛି ନାଆଁ ତୋର ଏବଂ ଛାତି ତଳେ ଡିଂ ଡଙ୍ଗ୍‌ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରି ସମ୍ବିତ, ଦର୍ଶକଙ୍କ ନିକଟରେ ଅତି ପ୍ରିୟ ହେଇ ସାରିଲେଣି ।

ଏହାସହିତ ବର୍ଷା, ଝିଲିକ, ପ୍ରକୃତି ମିଶ୍ର, କୋଏଲ ବାନେର୍ଜୀ ଙ୍କ ଭଳି ବହୁ ଜଣାଶୁଣା ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ପୁଣି ଅନେକ ନବାଗତା ମଧ୍ୟ ସମ୍ବିତଙ୍କ ବିପକ୍ଷରେ ଆସିସାରିଛନ୍ତି ।

ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତାଙ୍କ ଜବରଦସ୍ତ ପ୍ରେମ କାହାଣୀ - ମନ ଖାଲି ତତେ ଚାହେଁ

ପଢନ୍ତୁ, ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂଆ ପାଦ ଚଲା ଓଭରବ୍ରିଜ୍‌ – ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ।

Related posts

Ananya Sritam Nanda Lent Her Voice For “Baby” Upcoming Odia Movie

Jitendra

Filmmaker Shailendra Mishra Directed Movie “Dele Dhara Katha Sare”, Ready To Release

Jitendra

Premiere Show Of Anubhav and Jhilik Starrer Movie “Baby”

Jitendra

1 comment

Leave a Comment