‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ ନଜର ଆସିବେ ଏହି ରୋମାଂଟିକ୍ ଯୋଡି

ସମ୍ବିତ୍ ଓ ରିୟାଙ୍କୁ ଦେଖିବାକୁ ପାଇବେ ଏହି ରୋମାଂଟିକ୍ ସିନେମାରେ

ପ୍ରଥମ ଥର ପାଇଁ ସମ୍ବିତ୍ ଓ ରିୟାଙ୍କୁ ଦେଖିବାକୁ ପାଇବେ ଦର୍ଶକ ଏକ ରୋମାଂଟିକ୍ ସିନେମାରେ ।ପ୍ରସ୍ତୁତ ହେଉଛି ରୋମାଂଟିକ ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର । ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ରିୟା । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଦେଖାଇବାକୁ ଯାଉଛନ୍ତି କମାଲ୍ ।

ସିନେମାର ସୁଟିଂ ଏବେ ଜୋର୍ ସୋର୍ରେ ଆଗେଇ ଚାଲିଛି । ଓଡିଶା ବାହାରେ ହିଲ୍ ଷ୍ଟେସନରେ ଚାଲିଛି ଫିଲ୍ମର ସୁଟିଂ । ସିନେମାର ସୁଟିଂ ସେଟର କିଛି ଫଟୋ ଏବେ ଲିକ୍ ହୋଇଛି । ଏବେ ଏହି ସବୁ ଫଟୋ ସୋସିଆଲ୍ ସାଇଟରେ ଭାଇରାଲ ହୋଇଛି । ଯେଉଁଥିରେ ସମ୍ବିତ୍ ଓ ରିୟାଙ୍କୁ ବେଶ ରୋମାଂଟିକ୍ ମୁଡରେ ନଜର ଆସିଛନ୍ତି ।

ସିନେମାର ଗୀତ ସୁଟିଂ ସମୟରେ ଏହି ସବୁ ଫଟୋ ନିଆ ଯାଇଛି । ଏହା ପୂର୍ବରୁ ଅଭିନେତା ସମ୍ବିତ୍ ନିଜ ସୋସିଆଲ୍ ସାଇଟରେ ରିୟାଙ୍କ ସହ ଆଉ ଏକ ଫଟୋ ସେୟାର୍ କରିଥିଲେ । ଫଟୋରେ ରିୟାଙ୍କୁ ସାଇକେଲରେ ବସାଇ ନେବାର ନଜର ଆସିଥିଲା । ଫଟୋରେ ରିୟାଙ୍କ ମଥାରେ ସିନ୍ଦୁର ଏବଂ ହାତରେ ଶଂଖା ଓ ଚୁଡି ମଧ୍ୟ ନଜର ଆସିଛି । ଯାହାକୁ ଦେଖି ଅନୁମାନ କରାଯାଇ ପାରେ ଫିଲ୍ମରେ ସମ୍ବିତଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ରିୟା ନଜର ଆସିବେ ।

ଗତ ଜାନୁୟାରୀ ମାସରେ ଫିଲ୍ମର ଘୋଷଣା ହୋଇଥିଲା । ଯେଉଁଠି ଏହି ଦୁଇ ଲିଡ୍ ଷ୍ଟାର୍ ସିନେମାରେ ନିଜ ଭୂମିକା ବିଷୟରେ ଜଣାଇଥିଲେ । ରୋମାଂଟିକ୍ ଏବଂ ଥ୍ରୀଲର୍ ଷ୍ଟୋରି ଲାଇନକୁ ଏହି ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ନିର୍ଦ୍ଦେଶକ ଶ୍ରିକାନ୍ତ ଗୌତମ । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ରଜ ଅବସରରେ ପରଦାକୁ ଆସିବ ସିନେମା ଯୋଉଠି ଥିଲେ ବି ତୁ ମୋର ।

ପଢନ୍ତୁ ;

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଦେଖାଇବାକୁ ଯାଉଛନ୍ତି କମାଲ୍ ।  - 4.7

93%

ଫଟୋରେ ରିୟାଙ୍କ ମଥାରେ ସିନ୍ଦୁର ଏବଂ ହାତରେ ଶଂଖା ଓ ଚୁଡି ମଧ୍ୟ ନଜର ଆସିଛି - 4.6

91%
4.6/5

Excellent!

‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ ନଜର ଆସିବେ ଏହି ରୋମାଂଟିକ୍ ଯୋଡି

ପ୍ରଥମ ଥର ପାଇଁ ସମ୍ବିତ୍ ଓ ରିୟାଙ୍କୁ ଦେଖିବାକୁ ପାଇବେ ଦର୍ଶକ ଏକ ରୋମାଂଟିକ୍ ସିନେମାରେ ।ପ୍ରସ୍ତୁତ ହେଉଛି ରୋମାଂଟିକ ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର । ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ରିୟା । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଦେଖାଇବାକୁ ଯାଉଛନ୍ତି କମାଲ୍ ।

No Votes Yet

You're not rated yet