Entertainment

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

ବିଶ୍ଵନାଥ ସିନେମାରେ ନଜର ଆସିବେ ସମ୍ବିତ-ସଂଭାବନା

ଓଲିଉଡରେ ଅନେକ ସମୟରେ ନୂଆ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଆନ୍ତି ।ବେଳେବେଳେ କେତେକ ଯୋଡ଼ିକୁ ଖୁବ୍‌ ପସନ୍ଦ କରାଯାଇଥାଏ ତ ପୁଣି କେତେବେଳେ ତାହା ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ ।ତେବେ ସେ ଯାହା ହେଉ ନା କାହିଁକି ଓଲିଉଡରେ ନୂଆ ଯୋଡିର ଧାରା ଅବ୍ୟାହତ ରହିବ ବୋଲି କୁହାଯାଉଛି । ହଁ ଓଲିଉଡର ଦୁଇ ଜଣ  କଳାକାର ହେଲେ ସମ୍ବିତ ଓ ସଂଭାବନା ।

‘ ବିଶ୍ଵନାଥ ‘ ସିନେମାଟି ଏଚଏମଟି ବ୍ୟାନରର ପ୍ରଥମ ସିନେମା । ଏହାର  ନିର୍ଦେଶନା ଦେଇଛନ୍ତି କିରନ ଓ ପ୍ରଯୋଜନ ଦେଇଛନ୍ତି ଜାଭିରୁଦ୍ଧିନ । ଏହି ସିନେମାରେ ଲିଡ ରୋଲ ରେ ନଜର ଆସିବେ ସମ୍ବିତ ଓ ସଂଭାବନା । ସମ୍ବିତ ଓ ସଂଭାବନାଙ୍କ ବ୍ୟତିତ ନଜର ଆସିବେ ମିହିର ଦାସ, ପୃଥୀରାଜ ,ପ୍ରତିଭା ପଣ୍ଡା ।

‘ ବିଶ୍ଵନାଥ ‘ ସିନେମାର କାହାଣୀ ଅନୁସାରେ ଜମିଦାର ଶିବୁ ସାମନ୍ତରାଯଙ୍କ ଏକ ମାତ୍ର କନ୍ୟା ଗାୟତ୍ରୀର ଜନ୍ମ କାଳରେ କୁଣ୍ଡୁଳି ଦେଖି ଜୋତିଷ କୁହନ୍ତି ଯେ ,ଗାୟତ୍ରୀ ଭବିଷ୍ୟତରେ ତାଙ୍କ ମତ ବିରୁଦ୍ଧରେ ଜଣେ ନିକଟ ସମ୍ପର୍କୀୟଙ୍କ ପୁଅକୁ ଶିବୁଙ୍କ ଇଛା ବିରୁଦ୍ଧରେ ବିବାହ କରିବ । ଶିବୁ ନିଜର ଲୋକମାନଙ୍କୁ ନିର୍ଦେଶ ଦିଅନ୍ତି ନିଜର ପାଖଲୋକମାନଙ୍କ ଘରେ ଜନ୍ମ ନେଇଥିବା ୨ବର୍ଷରୁ ଉର୍ଦ୍ଧ ଶିଶୁ ପୁତ୍ରମାନଙ୍କୁ ହତ୍ୟା କରିବା ପାଇଁ । ଗୁମସ୍ତା ସତ୍ୟାନନ୍ଦର  ପୁତ୍ରକୁ ମାରିବା ପାଇଁ ନିଜ ଶିଶୁ ପୁତ୍ରକୁ ବାହାରେ ଛାଡି ଆସନ୍ତି ।

ଘଟଣାର ଘନଘଟା ଭିତରେ ପରିଶେଷରେ ସତ୍ୟଙ୍କ ଠାରୁ ଦୂରେଇ ଯାଇଥିବା ପୁତ୍ର ବିଶ୍ଵ ହିଁ ଶିବୁଙ୍କ ପାଖରେ ପହଞ୍ଚି,ଗାୟତ୍ରୀର ପ୍ରେମ ରେ ପଡିଯାଏ । ପରିଶେଷରେ ସବୁ ସତ୍ୟ ସାମନାକୁ ଆସେ । ଶିବୁ ନିଜର ଭୁଲ ବୁଝି ପାରନ୍ତି ଓ ସବୁ ଭଗବାନଙ୍କ ଇଛା ବୋଲି ସତ୍ୟକୁ ଭୁଲ ମଗନ୍ତି ଓ ବିଶ୍ଵକୁ ନିଜ ଜମାତା ଭାବରେ ଗ୍ରହଣ କରନ୍ତି ।

ପଢନ୍ତୁ ;

ଜ୍ୟୋତି-ଝିଲିକ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ଏକ ଓଡିଆ ସିନେମାରେ

 

Related posts

Nach Baliye-Season 9ର ବିଶେଷ ପ୍ରତିଯୋଗୀ: ବଲିଉଡର ହିଟ ଯୋଡି ସାହିଦ-ମୀରା ହେବେ ଜଜ୍

Ratnamani Moharana

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

ENO Beuro

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ENO Beuro

Leave a Comment