POLITICALS

ଭୋଟରଙ୍କ ମନ ଜିଣିବା ପାଇଁ ସମ୍ବିତ ପାତ୍ରଙ୍କ ନୂଆ ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

ତେଲୁଗୁ ଭାଷାରେ ଗାଇଲେ ଗୀତ ସମ୍ବିତ ପାତ୍ର

ପୁରୀର ବିଜେପି ପାର୍ଥୀ   ଏବେ ପୁରା ଓଡିଶାରେ ବେଶ ଜଣାଶୁଣା ନାଁଟିଏ ହୋଇଗଲାଣି। କେତେବେଳେ ଧାର୍ମିକ ଭାବନାକୁ ନେଇ ଖେଳଖେଳିବା ନେଇ ଅଭିଯୋଗ ତ କେତେବେଳେ ନିଜର ଡାଇଲଗ  ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି। ତେବେ ନିକଟରେ ବିଜେଡ଼ି ଓ କଂଗ୍ରେସ ସହିତ ଇସିର କର୍ମକତ୍ତା ମଧ୍ୟ ତାଙ୍କ ନାଁରେ ଅଭିଯୋଗ କରିସାରିଲେଣି। ତେବେ ଆଜି ଶ୍ରୀ ସମ୍ବିତ ପାତ୍ର  ଅଲଗା କାରଣ ପାଇଁ ବେଶ ଚର୍ଚ୍ଚିତ। ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ସେ।

ଗତକାଲି ସଂଧ୍ୟାରେ ପୁରୀ ପେଣ୍ଠକଟାରେ ନିର୍ବାଚନ ପ୍ରଚାର  ପାଇଁ ଯାଇଥିବା ବେଳେ ସମ୍ବିତ ମଞ୍ଚ ଉପରେ ତେଲୁଗୁ ଭାଷାରେ ଗୀତ  ଗାଇଥିଲେ। ପୁରୀରେ ବିଭିନ୍ନ ରାଜ୍ୟରେ ଲୋକ ବସବାସ କରୁଛନ୍ତି ସେମାନଙ୍କ ମଧ୍ୟରେ ତେଲୁଗୁ ମଧ୍ୟ ରହିଛନ୍ତି। ସେ ତେଲଗୁ ଗୀତ ଗାଈ ଭୋଟରଙ୍କୁ ନିଜ ଆଡକୁ ଆକ୍ରୁଷ୍ଟ  କରୁଥିବା ଦେଖାଯାଉଥିଲା। ତେବେ ସମ୍ବିତ ଏହି ଭିଡିଓକୁ ନିଜ ଇଂଷ୍ଟା ଓ ଫେସବୁକ  ପେଜରେ ମଧ୍ୟ ଅପଲୋଡ କରିଛନ୍ତି।

 

ପଢନ୍ତୁ: “ଵାଲାକୋଟ ଏୟାର ଷ୍ଟ୍ରାଇକରେ କେହି ନିହତ ହୋଇନାହାନ୍ତି” ବୋଲି କହିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

Related posts

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Ratnamani Moharana

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Ratnamani Moharana

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

Ratnamani Moharana

1 comment

Leave a Comment