• Home
  • Movie News
  • ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”
Movie News

ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”

ସିନେମା ପ୍ରେମୀମାନେ ଓଡିଆ ର ବେଶ ଜଣାଶୁଣା ନାୟକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଏକ ନୂଆ ସିନେମା “ମନ ଖାଲି ତତେ ଚାହେଁ” ରେ ଦେଖିବାକୁ ପାଇବେ।   ନିମାଇଁ ଓଝା ଙ୍କ ଦ୍ଵାରା ନିର୍ଦେଶିତ ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ  ପ୍ରେମ କାହାଣୀ ଦେଖିବାକୁ ମିଳିବ ।

ବିଶେଷ ସୂତ୍ରରୁ କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି  ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ସଂବିତ  ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ଲେଖିଛି ନାଆଁ ତୋର, ଛାତି ତଳେ ଡିଂ ଡଙ୍ଗ୍‌ ଏବଂ ତମକୁ ଦେଖିଲା ପରେ ଆଦି ଓଡିଆ ଛବିରେ ଅଭିନୟ କରିସାରିଲେଣି ।

ଓଡିଆ ରିୟ୍ଯାଲିଟି ଶୋ ମିଠା ମିଠା ରୁ କେରିୟାର ଆରମ୍ଭ କରିଥିବା ଅଙ୍କିତା ଇତି ମଧ୍ୟରେ ଅଙ୍କିତା ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠା ମିଠା’ ରେ ନଜର ଆସିଥିଲେ । ଇଷ୍କ ୱାଲା ଲଭ ମଧ୍ୟ ତାଙ୍କର ଅନ୍ୟ ଏକ ଓଡିଆ ଛବି, ଯାହାର ଶୁଟିଂ  ଆରମ୍ଭ ସରିଲାଣି।

ଦେଖାଯାଉ ସଂବିତ ଆଉ ଅଙ୍କିତା ଙ୍କ ଏହି ସିନେମା ଟି ଦର୍ଶାକ ଙ୍କ ମନକୁ କେତେଦୂର ପହଞ୍ଚୁଛି।

ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି ମନ ଖାଲି ତତେ ଚାହେଁ  ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”

Related posts

Tora Dineku Mora Dine Upcoming Odia Movie

Jitendra

ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”

Krishna Kumar Manoj

“Tamaku Dekhila Pare” Coming For Weekend Entertainment

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More