Movie News

ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”

By ENO Beuro

July 06, 2017

ସିନେମା ପ୍ରେମୀମାନେ ଓଡିଆ ର ବେଶ ଜଣାଶୁଣା ନାୟକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଏକ ନୂଆ ସିନେମା “ମନ ଖାଲି ତତେ ଚାହେଁ” ରେ ଦେଖିବାକୁ ପାଇବେ।   ନିମାଇଁ ଓଝା ଙ୍କ ଦ୍ଵାରା ନିର୍ଦେଶିତ ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ  ପ୍ରେମ କାହାଣୀ ଦେଖିବାକୁ ମିଳିବ ।

ବିଶେଷ ସୂତ୍ରରୁ କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି  ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ସଂବିତ  ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ଲେଖିଛି ନାଆଁ ତୋର, ଛାତି ତଳେ ଡିଂ ଡଙ୍ଗ୍‌ ଏବଂ ତମକୁ ଦେଖିଲା ପରେ ଆଦି ଓଡିଆ ଛବିରେ ଅଭିନୟ କରିସାରିଲେଣି ।

ଓଡିଆ ରିୟ୍ଯାଲିଟି ଶୋ ମିଠା ମିଠା ରୁ କେରିୟାର ଆରମ୍ଭ କରିଥିବା ଅଙ୍କିତା ଇତି ମଧ୍ୟରେ ଅଙ୍କିତା ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠା ମିଠା’ ରେ ନଜର ଆସିଥିଲେ । ଇଷ୍କ ୱାଲା ଲଭ ମଧ୍ୟ ତାଙ୍କର ଅନ୍ୟ ଏକ ଓଡିଆ ଛବି, ଯାହାର ଶୁଟିଂ  ଆରମ୍ଭ ସରିଲାଣି।

ଦେଖାଯାଉ ସଂବିତ ଆଉ ଅଙ୍କିତା ଙ୍କ ଏହି ସିନେମା ଟି ଦର୍ଶାକ ଙ୍କ ମନକୁ କେତେଦୂର ପହଞ୍ଚୁଛି।