News

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

girl

କେନ୍ଦ୍ରାପଡ଼ା ନୋଟାରିରେ ଏକ ସମଲିଙ୍ଗୀ ବିବାହକୁ ନେଇ ବିବାଦ ପରେ ଆଜି ପଟ୍ଟାମୁଣ୍ତାଇ ପୁଲିସ୍‌ ଉଭୟ ଯୁବତୀଙ୍କୁ ଥାନାକୁ ଆଣିଥିଲା। ସେଠାରେ ଦୁଇ ଯୁବତୀ ସ୍ବଇଚ୍ଛାରେ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସ୍ପଷ୍ଟ କରିଛନ୍ତି।

girl

ଉଭୟ ପରିବାର ଲୋକେ ବୁଝାସୁଝା କରିବା ସତ୍ତ୍ୱେ ଦୁଇଜଣ ନିଷ୍ପତ୍ତି ବଦଳାଇବାକୁ ରାଜି ହୋଇନଥିଲେ। ଉଭୟ ସାବାଳିକା ହୋଇଥିବାରୁ ସେମାନଙ୍କ ନିଷ୍ପତ୍ତି ନେବାର ଅଧିକାର ଅଛି ବୋଲି କହିବା ସହ ଯଦି କେହି ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରନ୍ତି ତେବେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏପରି ସମଲିଙ୍ଗୀ ବିବାହ ଅନ୍ୟ ରାଜ୍ୟରେ ହୋଇଛି ସତ। ଓଡ଼ିଶାରେ କିନ୍ତୁ ଏହା ପ୍ରଥମ।

ଅନ୍ୟପକ୍ଷରେ ତାଙ୍କ ଝିଅକୁ ଫସାଇ ଦିଆଯାଇଛି ବୋଲି ପଟ୍ଟାମୁଣ୍ତାଇ ଅଞ୍ଚଳର ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ପଢନ୍ତୁ; ଭିତରକନିକାରେ କୁମ୍ଭୀରଙ୍କ ସ˚ଖ୍ୟା ବୃଦ୍ଧି, ଏ ବର୍ଷ ବଢିଛନ୍ତି ୪୪

Related posts

ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ENO Beuro

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ENO Beuro

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

Leave a Comment