News

ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ

Duti

 ଦୂତି ଚାନ୍ଦ , ପଡ଼ିଆ ଭିତର ଚମକ ପାଇଁ ସବୁବେଳେ ଚର୍ଚାରେ ରହୁଥିବା ଏହି ଓଡ଼ିଆ ଧାବିକା   ନିଜ ବ୍ୟକ୍ତିଗତ ଜୀବନର ଏକ ବଡ଼ ରହସ୍ୟକୁ ରବିବାର ଉନ୍କୋଚନ କରିଛନ୍ତି। ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିବା ତଥା ଦେଶର ଦ୍ରୁତତମ ଧାବିକା ଦୂତିଙ୍କୁ ଜୀବନ ସାଥୀ ମିଳିଯାଇଛି। ତେବେ ତାଙ୍କ ଜୀବନର ଏହି ମହତ୍ବପୂର୍ଣ୍ଣ ବ୍ୟକ୍ତି ଜଣକ ପୁରୁଷ ନୁହେଁ, ସେ ଜଣେ ମହିଳା। ତେବେ ଏହି ଖବର ପ୍ରଚାର ହେବାପରେ କ୍ରିଡା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସମାଲିଙ୍ଗୀ ସଂପର୍କକୁ ନେଇ ମୁହଁ ଖୋଲିଲେ ଦୂତୀ

ଜଣେ ସମଲିଙ୍ଗୀଙ୍କୁ ଜୀବନ ସାଥୀ କରିବା ଲାଗି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଓଡ଼ିଶାର ମହିଳା ଆ୍‌ଲେଟ୍‌ ଦୂତି ଚାନ୍ଦ ମୁହଁ ଖୋଲିବା ପରେ ତାଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ ହୋଇଯାଇଛି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ  ବିଶେଷ ଭାବେ ତାଙ୍କୁ ଏବଂ ତାଙ୍କର ସହାୟତା କରୁଥିବା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିରୋଧରେ ବିଭିନ୍ନ ଗୁଜବ ପ୍ରଚାର କରୁଛି । ଏମିତିକି ତାଙ୍କ ବାପା ମା’ଙ୍କୁ ମଧ୍ୟ ତାଙ୍କ ବିରୋଧରେ କହିବାକୁ ପ୍ରରୋଚିତ କରିଛି ବୋଲି ଦୂତି କହିଛନ୍ତି ।ଏପରିକି ତାଙ୍କ ବାବଦରେ ଏଭଳି ବିଭ୍ରାନ୍ତିମୂଳକ ଖବର ପରିବେଷଣରୁ ବିରତ ନରହିଲେ ସଂପୃକ୍ତ ଟେଲିଭିଜନ ଚ୍ୟାନେଲ ଓ ତାର ମାଲିକଙ୍କ ନାଁରେ ଆଇନଗତ କାର୍ଯ୍ୟାନଷ୍ଠାନ  ନେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ଦୂତୀ ।

D
D

ପଢନ୍ତୁ: ମୁମ୍ବାଇ ରୋଡରେ ସାଇକେଲ ଚଲାଇ ମଜା ନେଉଛନ୍ତି ଭାଇଜାନ

Related posts

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

ENO Beuro

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ENO Beuro

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

ENO Beuro

Leave a Comment