POLITICALS

୭୬ ଭାରତୀୟ, ୪୧ ପାକିସ୍ତାନୀଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ

Untitled 1

ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌  ଶୁକ୍ରବାର ସକାଳ ୮ଟା ବେଳେ, ନିର୍ଦ୍ଧାରିତ ସମୟର ସାଢ଼େ ଚାରିଘଣ୍ଟା ପରେ ଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ଚିଥିବା କଥା ରେଳବାଇ କହିଛି। ସମଝୌତା ଏକ୍ସପ୍ରେସ ୭୬ ଭାରତୀୟ ଏବଂ ୪୧ ପାକିସ୍ତାନୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି।  ଗତ ଗୁରୁବାର ପାକିସ୍ତାନ ପକ୍ଷରୁ ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା।ଏହି ଏକ୍ସପ୍ରେସ୍‌ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ  ହିଁ ଅଟକାଇ ଦେଇଥିଲା ଏବଂ କହିଥିଲା ପାକିସ୍ତାନର ଡ୍ରାଇଭର ଏବଂ କ୍ରୁ ଭାରତ ଯିବେନାହିଁ। ତେଣୁ ଭାରତ ନିଜର ଡ୍ରାଇଭର ଏବଂ କ୍ରୁ ପଠାଇବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା।

Samjhouta Ex 750x430
Samjhouta Ex 

ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ତା’ର ଟିମ୍‌ ଭାରତ ଯିବେନି ବୋଲି କହିଥିଲା। ଏହାପରେ ଭାରତ ପଟୁ ଏକ ଇଞ୍ଜିନ୍‌ ସହିତ ଭାରତୀୟ ଡ୍ରାଇଭର ଏବଂ କ୍ରୁ ପଠାଯାଇ ୱାଘାରୁ ଏହି ଟ୍ରେନ୍‌କୁ ଭାରତ ଅଣାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ପାକିସ୍ତାନ କୂଟନୀତିକ ସମ୍ପର୍କ  କାଟି ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭାରତ ପଠାଇଦେଇଛି ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ପାକିସ୍ତାନ ଭାରତୀୟ ଫିଲ୍ମକୁ ମଧ୍ୟ ବ୍ୟାନ୍‌ କରିଛି।

ହିନ୍ଦୀ ଚଳଚିତ୍ରରେ ଭାରତ-ପାକିସ୍ତାନ ବିଭାଜନ ସମୟର ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲେ ଆଜି ବି ଛାତି ଥରିଯାଏ । ଦୁଇ ଅଂଚଳ ଭିତରେ ଚାଲୁଥିବା ଟ୍ରେନରେ ଆସୁଥିଲା ଶହ ଶହ ଲୋକଙ୍କ ଶବ । ସେହି ଦୃଶ୍ୟ ଯେତିକି ବିଭତ୍ସ ଥିଲା, ସେତିକି ଥିଲା ହୃଦୟ ବିଦାରକ । ହେଲେ ଟ୍ରେନ୍ ଚଳାଚଳକୁ ସେତେବେଳେ ରୋକା ଯାଇନଥିଲା, କାରଣ ଦୁଇ ଦେଶର ଅଧିବାସୀ ଓ ସେମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟପଥରେ ପହଁଚାଉଥିଲା ଏହି ଟ୍ରେନ ।

Vlcsnap 2019 08 08 21h20m56s036 (1)

ଦେଶ ବିଭାଜନର ୭୨ ବର୍ଷ ପରେ ପୁଣିଥରେ ଟ୍ରେନକୁ ଟାର୍ଗେଟ୍  କରିଛି ପାକିସ୍ତାନ । ୩୭୦ ଧାରା ହଟିବା ପରେ ପାକିସ୍ତାନ ଏଭଳି ବିବ୍ରତ ହୋଇଯାଇଛି ଯେ ଦୁଇ ଦେଶକୁ ଯୋଡୁଥିବା ସମଝୌତା ଟ୍ରେନରେ ମଧ୍ୟ ଲଗାଇ ଦେଇଛି ବ୍ରେକ୍ ।

ପଢନ୍ତୁ: ତିନି ଦିନ ବର୍ଷା ନାହିଁ, ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ

Related posts

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ENO Beuro

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Ratnamani Moharana

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

Leave a Comment