February 18, 2019

ସାମ୍ନାକୁ ଆସିଛି ସତ୍ୟ “କ’ଣ ଐଶ୍ଚର୍ଯ୍ୟା ସନ୍ଦୀପ ଙ୍କ ମା “, ଆସନ୍ତୁ ଜାଣିବା

କିଛିଦିନ ତଳେ ଜଣେ ଯୁବକ ବଲୀଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ ନିଜର ମା’ ବୋଲି ଦାବି କରିଥିଲେ।  ଏହା ବଲିଉଡ଼ରେ ସୃଷ୍ଟି କରିଥିଲା ଝଡ଼ । ଏବେ ଏହା ଏକ ନୂଆ ମୋଡ ନେବା ର ଜଣ ପଢିଛି । ଆନ୍ଧ୍ରପ୍ରଦେଶର ସନ୍ଦୀପ ନାମକ ଜଣେ ୨୯ ବର୍ଷୀୟ ଯୁବକ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ନାଁରେ ଏକ ଆଣିଥିଲେ ଅଭିଯୋଗ। ୧୯୮୮ରେ ଐଶ୍ଚର୍ଯ୍ୟା ଆଇଭିଏଫ ଟେକ୍ନୋଲଜି ଜରିଆରେ ତାଙ୍କୁ ଜନ୍ମ ଦେଇଥିଲେ ବୋଲି ସନ୍ଦୀପ କହିଥିଲେ ।

ସନ୍ଦୀପ କୁହନ୍ତି ଐଶ୍ଚର୍ଯ୍ୟା ମିସ୍ ୱାଲ୍ଡ଼ ଟାଇଟଲ ଜିତିବାର ୬ ବର୍ଷ ର୍ପୂବରୁ ଅର୍ଥାତ୍ ୧୫ ବର୍ଷ ବୟସରେ ଆଇଭିଏଫ ଟେକ୍ନୋଲଜି ଜରିଆରେ ତାଙ୍କୁ ଲଣ୍ଡନରେ ଜନ୍ମ ଦେଇଥିଲେ ।

ପୋଲିସର କହିବା ଅନୁସାରେ ଯଦି ଐଶ୍ଚର୍ଯ୍ୟା ତାଙ୍କ ନାଁରେ ଅଭିଯୋଗ କରନ୍ତି ତେବେ ସେ ଫସି ପାରନ୍ତି । ପୋଲିସ ଇନ୍ସପେକ୍ଟରଙ୍କ କହିବା ଅନୁସାରେ ଐାଶ୍ଚର୍ଯ୍ୟା ଅଭିଯୋଗ କରିବା ମାତ୍ରେ ସେ ତୁରନ୍ତ ପଦକ୍ଷେପ ନେବେ । ତେବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ଏହା ପୂର୍ବରୁ ସନ୍ଦୀପ ନିଜକୁ ଏଆର ରେହମନଙ୍କ ଶିଷ୍ୟ ବୋଲି ଦାବି କରୁଥିଲେ । ପୋଲିସର କହିବା ଅନୁସାରେ ଯଦିି ସେ ମାନସିକ ସ୍ତରରେ ଅସୁସ୍ଥ ବୋଲି ପ୍ରମାଣିତ ହୁଅନ୍ତି ତେବେ, ଏହା ବିରୁଦ୍ଧରେ ହେବାକୁ ଥିବା ତଦନ୍ତ ଅସଫଳ ହୋଇପାରେ ।

ବିଶାଖାପାଟଣାର ସରକାରୀ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଗ୍ରାଡ଼ିଓସିଟିରେ ପୀଡ଼ିତ ଲୋକମାନେ ପ୍ରାୟତଃ ଏହିଭଳି  ବ୍ୟବହାର ଦେଖେଇଥାନ୍ତି ।

ପଢନ୍ତୁ;

ଫିଲ୍ମ ‘ଦଙ୍ଗଲ୍‌’ ଚୀନ୍‌ରେ ନେଲା ଶୀର୍ଷସ୍ଥାନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More