CULTURES

ଆଜି ସନ୍ଧ୍ୟା ଦର୍ଶନ: ସଞ୍ଜ ୭ଟାରୁ ଦର୍ଶନ ବନ୍ଦ, ରହିବନି ଦାନବାକ୍ସ ହେବନି ଟିକେଟ ବିକ୍ରୟ

ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଆଜି ନବମୀ ତିଥିରେ ମହାପ୍ରଭୁ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ରବିବାର ବାହୁଡ଼ା ଦଶମୀରେ ବାହାରିବେ ଶ୍ରୀମନ୍ଦିର ଅଭିମୁଖେ। ଅସଂଖ୍ୟ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଲାଗି ସନ୍ଧ୍ୟା ୭ଟାରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ବନ୍ଦ କରାଯିବ।

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ଅନ୍ୟପକ୍ଷରେ ପାଞ୍ଜିରେ ମହାପ୍ରଭୁଙ୍କ ନବଦିନଯାତ୍ରାର ଅଷ୍ଟମୀ, ନବମୀ ଦୁଇ ଦିନ ସନ୍ଧ୍ୟା ଦର୍ଶନ ପଡ଼ୁଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ,ସନ୍ଧ୍ୟା ଦର୍ଶନରେ ପୁରୀକୁ ଭକ୍ତମାନଙ୍କ ପ୍ରବଳ ଗହଳି ସମାଗମର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ ଯୋଗେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ପଟେ ପ୍ରବେଶ କରିବେ ସେହିପରି ନାକଚଣା ଦ୍ୱାର ପଟେ ବାହାରିବେ।

ପଢନ୍ତୁ;ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

Related posts

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ENO Beuro

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ମହା ଷଷ୍ଠୀ ପୂଜା

ENO Beuro

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More