Loading...

ଟେନିସରୁ ଅବସର ନେଲେ ସାନିଆ ମିର୍ଜା

ଟେନିସରୁ ଅବସର ନେଲେ ସାନିଆ ମିର୍ଜା

ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ।

ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି । ପରାଜୟ ସହ ସାନିଆଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ ହୋଇଛି । ମ୍ୟାଚ୍ ହାରିବା ପରେ ସାନିଆ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ।୧୮ ବର୍ଷ ତଳେ ସାନିଆ ମେଲବର୍ଣ୍ଣରୁ ହିଁ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ସେହି ସ୍ଥାନରେ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ସାନିଆଙ୍କ ପାଇଁ ସ୍ମରଣୀୟ ହୋଇରହିବ । ସନ୍ନ୍ୟାସ ନେଇ ସାନିଆ ପୂର୍ବରୁ ଘୋଷଣା କରିସାରିଥିଲେ । ବର୍ଷ ଆରମ୍ଭରୁ ଏକ ସାକ୍ଷାତକାରରେ ସାନିଆ କହିଥିଲେ ଯେ ଦୁବାଇରେ ଫେବୃଆରୀ ୧୯ ତାରିଖରେ ହେବାକୁ ଥିବା ଡବ୍ଲ୍ୟୁଟିଏ ୱାନ୍ ଥାଉଜାଣ୍ଡ ଇଭେଣ୍ଟ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏହା ପରେ ସେ ଟେନିସକୁ ଅଲବିଦା କହିଦେବେ । ମ୍ୟାଚ୍ ପରେ ସାନିଆଙ୍କ ପାର୍ଟନର ବୋପନ୍ନା ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.