SPORTS

ମା’ ହେବେ ସାନିଆ ମିର୍ଜା

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଗର୍ଭବତୀ

ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ମା ହେବାକୁ ଯାଉଛନ୍ତି । ଏ ବିଷୟରେ ଉଭୟ ସାନିଆ ଓ ପତି ସୋଏବ ମଲିକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସାନିଆ ଓ ତାଙ୍କ କ୍ରିକେଟର ସ୍ଵାମୀ ଅକ୍ଟୋବରରେ ସେମାନଙ୍କ ପ୍ରଥମ ସନ୍ତାନ ଆଶା କରୁଛନ୍ତି । ଅପ୍ରେଲ ୧୨ରେ ସ୍ୱାମୀ ପାକିସ୍ତାନ କ୍ରିକେଟର ଶୋହେବ ମଲ୍ଲିକଙ୍କ ସହ ସାନିଆ ୮ମ ବିବାହ ବାର୍ଷିକୀ ଉତ୍ସବ ପାଳନ କରିଥିଲେ ।

ଗୋଇଠିଜନିତ ଆହତ ସମସ୍ୟା ଲାଗି ଗତ ଅକ୍ଟୋବରରୁ କୋର୍ଟରୁ ଦୂରେଇ ରହିଥିବା ୩୧ ବର୍ଷୀୟା ସାନିଆ ସୋସିଆଲ ମିଡିଆ ଟୁଇଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି ।  ଯେଉଁଥିରୁ ସେ ଗର୍ଭବତୀ ଥିବା ଜଣାପଡୁଛନ୍ତି । ସାନିଆଙ୍କ ପିତା ତଥା କୋଚ୍‌ ଇମ୍ରାନ ମିର୍ଜା ମଧ୍ୟ ଏହି ଖବର ସତ ବୋଲି କହିଛନ୍ତି । ଆସନ୍ତା ଅକ୍ଟୋବରରେ ସେ (ସାନିଆ) ମାତୃତ୍ୱ ଲାଭ କରିବେ’ବୋଲି ପିଟିଆଇକୁ ଏକ ସାକ୍ଷାତକାର ଅବସରରେ ଇମ୍ରାନ କହିଛନ୍ତି ।

ନିକଟରେ ‘ଗୋଆ ଫେଷ୍ଟ ୨୦୧୮’ରେ ୬ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସାନିଆ କହିଥିଲେ ଯେ, ଜନ୍ମ ନେବାକୁଥିବା ସନ୍ତାନର ସାଙ୍ଗିଆ ମିର୍ଜା-ମଲିକ ରଖିବାକୁ ମୁଁ ଓ ମୋ ସ୍ଵାମୀ ନିଷ୍ପତ୍ତି ନେଇସାରିଛୁ । ଏଥିସହ ସେ ଝିଅ ପାଇଁ ଆଗ୍ରହୀ ରହିଥିବା କହିଥିଲେ । ସାନିଆଙ୍କ ପୂର୍ବରୁ ଗତବର୍ଷ ଟେନିସ ସୁପରଷ୍ଟାର ସେରେନା ଓ୍ବିଲିୟମ୍ସ ଗତବର୍ଷ ମାତୃତ୍ୱ ଲାଭ କରିଥିଲେ। ୨୦୧୭ ଅଷ୍ଟ୍ରେଲିଆ ଓପନ୍‌ ଚାମ୍ପିୟନ ହେବାବେଳେ ସେରେନା କିଛି ସପ୍ତାହ ହେଲା ଗର୍ଭବତୀ ଥିବା ଖବର ସେତେବେଳେ ଚର୍ଚ୍ଚାରେ ରହିଥିଲା ।

ପଢନ୍ତୁ ;

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

Related posts

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ENO Beuro

ପଞ୍ଚମ ଦିନିକିଆ : ଭାରତ ୯ ୱିକେଟରେ ବିଜୟୀ

ENO Beuro

ଆଇପିଏଲ୍‌ ୧୧: ଗେଲ୍‌ ଝଡ଼,କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍ ରେ ବିଜୟୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More