February 18, 2019

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

sania

ଟେନିସ୍‌ ତାରକା ସାନିଅା ମିର୍ଜା ଦୁଇଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ତାଙ୍କ ପୁଅକୁ ପାକିସ୍ତାନ ନାଗରିକତା ମିଳିପାରିବ ନାହିଁ ବୋଲି ବୁଧବାର ପାକିସ୍ତାନ ଗଣମାଧ୍ୟମ କହିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏଫ୍‌ଆଇଏ) ପକ୍ଷରୁ କୁହାଯାଇଛି “ପାକିସ୍ତାନର ପାସପୋର୍ଟ ଓ ଇମିଗ୍ରେସନ୍‌ ଆଇନ୍‌ ଅନୁଯାୟୀ ଜଣେ ଭାରତୀୟ ନାଗରିକଙ୍କୁ ଆମ ଦେଶରେ ନାଗରିକତ୍ୱ ପ୍ରଦାନ କରାଯାଇ ପାରିବ ନାହିଁ। ତଥାପି ପାକିସ୍ତାନ ୧୯ଟି ଦେଶ ସହ ଦ୍ୱୈତ ନାଗରିକତ୍ୱ ପାଇଁ ଚୁକ୍ତି କରିଛି। ହେଲେ ଭାରତ ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ଆସୁନାହିଁ। ସେହିପରି ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର୍‌ ଶୋଏବ ମାଲିକଙ୍କୁ ବିବାହ କରିଥିଲେ ମଧ୍ୟ ଆଜି ଯାଏ ଭାରତୀୟ ନାଗରିକତ୍ୱକୁ ପ୍ରତ୍ୟାହାର କରିନାହାନ୍ତି। ତେଣୁ ଏପରି ସ୍ଥିତିରେ ସେମାନଙ୍କ ପୁଅକୁ କେମିତି ନାଗରିକତ୍ୱ ପ୍ରଦାନ କରାଯିବ?”

sania

ସୂଚନାଯୋଗ୍ୟ, ୨୦୧୦ ମସିହା ଏପ୍ରିଲ ୧୨ରେ ସୋଏବଙ୍କୁ ପାରମ୍ପରିକ ହାଇଦ୍ରାବାଦ ମୁସଲିମ୍‌ ନିୟମ ଅନୁଯାୟୀ ବିବାହ କରିଥିଲେ। ସେପ୍ଟମ୍ବର ମାସରେ ସୋଏବ କହିଥିଲେ, “ଆମ ଛୁଆ ନା ପାକିସ୍ତାନୀ ନା ହିନ୍ଦୁସ୍ତାନୀ। ମୋ ପାଇଁ ନାଗରିକତ୍ୱ କୌଣସି ଗୁରୁତ୍ୱ ରଖେନାହିଁ। ସେହିପରି ମୋ ଛୁଆର ନାଁକୁ ମିର୍ଜା ଓ ମାଲିକ ରଖା ଯିବ।”

ପଢନ୍ତୁ; ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More