News

୩୬ଟି ଟ୍ରେନ୍‌ରେ ଲାଗିଲା ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ୍‌

napkin

ପୂର୍ବତଟ ରେଳବାଇ ୩୬ଟି ଟ୍ରେନରେ ୯୧ଟି ସାନିଟାରୀ ପ୍ୟାଡ଼ର ଭେଣ୍ଡିଂ ମେସେିନ ଲଗାଇଛନ୍ତି । ଏହି ଟେନ୍ ଗୁଡ଼ିକ ମୁଖ୍ୟତଃ ପୁରୀ, ଭୁବନେଶ୍ୱର ଓ ବିଶାଖାପାଟନମରେ ଚଳାଚଳ କରନ୍ତି । ରେଳ ଯାତ୍ରୀମାନଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ପ୍ରତି ମହିଳା ଯାତ୍ରୀଙ୍କ ସକରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏପରି ପଦକ୍ଷେପ ନେଇଛି । ପ୍ରତିଟି ନାପକିନର ମୂଲ୍ୟ ୫ ଟଙ୍କା ରହିଛି । ଯାତ୍ରୀମାନେ ୫ ଟଙ୍କିଆ ମୁଦ୍ରାକୁ ମେସିନ ମଧ୍ୟରେ ପକାଇଲେ ନାପକିନ୍ ମେସିନରୁ ଖଣ୍ଡେ ନାପକିନ ପାଇପାରିବେ । ପ୍ରତିଟି ମେସିନରେ ପ୍ରାୟ ୭୫ଟି ନାପକିନ ରଖାଯାଇଛି।

napkin

ପୁରୀରୁ ଛାଡ଼ୁଥିବା ୧୦ଟି ଟ୍ରେନ୍‌ ଯଥା ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, ତପସ୍ବିନୀ ଏକ୍ସପ୍ରେସ, ପୁରୀ-ଦୁର୍ଗ ଏକ୍ସପ୍ରେସ, ଉତ୍କଳ ଏକ୍ସପ୍ରେସ, ଜଗନ୍ନାଥ ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ, ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ଆଜମେର ଏକ୍ସପ୍ରେସ, ପୁରୀ-ଶିରିଡ଼ି ଏକ୍ସପ୍ରେସରେ ୩୬ଟି ମେଶିନ ଲଗାଯାଇଛି। ସେହିପରି ଭୁବନେଶ୍ୱରରୁ ଛାଡ଼ୁଥିବା ୧୫ଟି ଟ୍ରେନ୍‌ ଯଥା ହୀରାଖଣ୍ଡ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ପ୍ରଶାନ୍ତି ଏକ୍ସପ୍ରେସ, ଧାନବାଦ ଗରିବରଥ ଏକ୍ସପ୍ରେସ, ଭବାନୀପାଟଣା ଲିଙ୍କ ଏକ୍ସପ୍ରେସ, ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ, ବଲାଙ୍ଗୀର ଇଣ୍ଟର ସିଟି ଏକ୍ସପ୍ରେସ, ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ, କୃଷ୍ଣରାଜପୁରମ୍‌ ହମ୍‌ସଫର ଏକ୍ସପ୍ରେସ ଓ ବାଙ୍ଗିରିପୋଷି ଏକ୍ସପ୍ରେସରେ ୨୮ଟି ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ଉପଲବ୍ଧ କରାଯାଇଛି।

ବିଶାଖାପାଟଣାରୁ ଛାଡ଼ୁଥିବା ୧୧ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ ଯଥା ସମତା ଏକ୍ସପ୍ରେସ, ଏ.ପି. ଏକ୍ସପ୍ରେସ, ନିଜାମୁଦ୍ଦିନ ଦକ୍ଷିଣ ଲିଙ୍କ ଏକ୍ସପ୍ରେସ, କୋର୍ବା ଏକ୍ସପ୍ରେସ, ବିଶାଖାପାଟଣା-ଏଲ୍‌ଟିଟି ବିଶାଖାପାଟଣା ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ, ବିଶାଖାପାଟଣା-ଗାନ୍ଧିଧାମ ଏକ୍ସପ୍ରେସ, ବିଶାଖାପାଟଣା-ଦିଘା ଏକ୍ସପ୍ରେସ, ବିଶାଖାପାଟଣା-ଟାଟା ଏକ୍ସପ୍ରେସ, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ ଓ ବିଶାଖାପାଟଣା-ଚେନ୍ନାଇ ଏକ୍ସପ୍ରେସର ୨୩ଟି କୋଚରେ ଏହି ମେଶିନ ରହିଛି। ଯାତ୍ରୀମାନେ ୫ ଟଙ୍କିଆ ମୁଦ୍ରାକୁ ମେଶିନରେ ପକାଇ ଗୋଟିଏ ନାପ୍‌କିନ୍‌ ପାଇପାରୁଛନ୍ତି।

ପଢନ୍ତୁ; ନିର୍ବାଚନ ଲଢିବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା

Related posts

ପ୍ରସିଦ୍ଧ ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି କଲେ କିଛି ଅଜ୍ଞାତ ବ୍ୟକ୍ତି!

ENO Beuro

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

ENO Beuro

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ

ENO Beuro

Leave a Comment