• Home
  • News
  • ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌
News

ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମଧ୍ୟ ମହିଳାଙ୍କୁ ମିଳି ପାରିବ ସାନିଟାରୀ ନାପକିନ୍‌। ଭୁବନେଶ୍ୱର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନଂ-୧ରେ ଥିବା ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତୀକ୍ଷାଳୟ ଭିତରେ ଏକ ସ୍ୱୟଂଚାଳିତ ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯାଇଛି।

ଏଥିରେ ସୁବିଧା ଓ ସୁଲଭ ମୂଲ୍ୟରେ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ।

ସୂଚନା ଯୋଗ୍ୟ ଯେ,ପ୍ରତି ପ୍ୟାଡ୍‌ ମୂଲ୍ୟ ୫ ଟଙ୍କା ରଖା ଯାଇଥିବା ବେଳେ ଏଥିରେ ଏକ ସଙ୍ଗରେ ୭୫ଟି ପ୍ୟାଡ୍‌ ରହି ପାରିବ। ସଂଗଠନ ପକ୍ଷରୁ ଏହି ମେସିନ୍‌ର ରକ୍ଷଣାବେକ୍ଷଣ କରାଯିବ। ଏହି ଅବସରରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନ୍‌ ଠାରେ ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥ ପକ୍ଷରୁ ଏହି ବ୍ୟବସ୍ଥା ପ୍ରଥମ କରି ଆରମ୍ଭ କରାଯାଇଥିବାବେଳେ ସାରା ଭାରତରେ ଏହା ଚତୁର୍ଥ ବୋଲି ଜଣାପଡ଼ିଛି । ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ଏହାକୁ ଉଦଘାଟନ କରିଥିଲେ।

ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌ sanitary

ପଢନ୍ତୁ;

ମାଓବାଦୀଙ୍କ ଆକ୍ରମଣ :ମାଲକାନଗିରି–ଛତିଶଗଡ ସୀମାରେ ଜାଳିଦେଲେ ୩ଟି ବସ୍‌ ଓ ୩ଟି ଟ୍ରକ୍, ଜଣଙ୍କୁ ହତ୍ୟା

Related posts

ଜମ୍ମୁରେ ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ, ଯବାନ ସହିଦ

Krishna Kumar Manoj

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

ତାମିଲନାଡୁ ସରକାର: ଜୟଲଳିତା ଗର୍ଭବତୀ ହୋଇନଥିଲେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More