News

ଶୁଭାରମ୍ଭ ହେଲା ‘ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌’ ଯୋଜନା

napkin

ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ ଉନ୍ନତ କରିବା ଏବଂ ରୋଜଗାରକ୍ଷମ କରିବାକୁ ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଉଜ୍ଜଳା ସାନିଟାରୀ ନାପକିନ୍‌ ପ୍ରସ୍ତୁତି ବ୍ୟବସ୍ଥା । ସ୍ଥାନୀୟ ରେଲୱେ ଅଡିଟୋରିୟମ୍‌ରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଏଥିପାଇଁ ୨.୯୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

napkin

ଆଗକୁ କମନ ସର୍ଭିସ ସେଣ୍ଟର ବା ସିଏସସି ମାଧ୍ୟମରେ ୫୦୦ରୁ ଉର୍ଦ୍ଧ୍ୱ ସେଣ୍ଟର ଖୋଲାଯିବ । ଏହି ଯୋଜନା ମାଧ୍ୟମରେ ଗୋଟିଏ ୟୁନିଟରେ ୧୦ ଜଣ ମହିଳା ରୋଜଗାରକ୍ଷମ ହୋଇପାରିବେ । ମହିଳାମାନେ ମାସିକ ୫ହଜାରରୁ ୧୫ ହଜାର ଟଙ୍କା ରୋଜଗାର ମଧ୍ୟ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଏହି ଅବସରରେ ନାଲ୍‌କ‌ୋ ସିଏମଡି ଡକ୍ଟର ଟି କେ ଚାନ୍ଦ, ଜନ ସେବା କେନ୍ଦ୍ରର ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂ, ଓଡିଶା ମୁଖ୍ୟ, ଶ୍ରୀ ସଂଜୟ ଝା, ଆଇଓସିଏଲ୍‌ର ସାଧାରଣ ପରିଚାଳକ (ଏଲପିଜି) ସଂଜୟ କୁମାର ଝା, ବିପିସିଏଲ୍‌ର ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ୍ୟ (ଏଲପିଜି) ସଂଜୟ ଶର୍ମା, ଏଚପିସିଏଲର ଡିଜିଏମ (ଏଲପିଜି) ଧର୍ମେନ୍ଦ୍ର ବେହୁରା, ଅଭିନେତ୍ରୀ ମହେଶ୍ୱତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ; ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି,ରାତି ୨ଟାରୁ ଆରମ୍ଭ ହେବ ଦର୍ଶନ

Related posts

ଶ୍ରୀଲଙ୍କା ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି

ENO Beuro

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ENO Beuro

ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ENO Beuro

Leave a Comment