Entertainment

ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ !

ଅର୍ଜୁନ କପୁର ଏବଂ ସଞ୍ଜୟ ଦତ୍ତ ଯୋଡି ପ୍ରଥମଥର ଦେଖିବାକୁ ପାଇବେ ଦର୍ଶକ

ଅଭିନେତା ଅର୍ଜୁନ କପୁର ଏବଂ ସଞ୍ଜୟ ଦତ୍ତ ଯୋଡି ପ୍ରଥମଥର ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତରେ ନଜର ଆସିବେ । ଆଶୁତୋଷ ଏବଂ ନିର୍ଦ୍ଦେଶକ ନିତିନ ଦେସାଇଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ ହୋଇଛି । ମୁଖ୍ୟ କଥା ହେଲା କି ଫିଲ୍ମର ସୁଟିଂ ପୂର୍ବରୁ ଗାଇମାତା ପୂଜାର ଏକ ଫଟୋ ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଫାଷ୍ଟ ଲୁକ ମଧ୍ୟ ଦର୍ଶକଙ୍କ ପାଇଁ ରିଲିଜ କରାଯାଇଥିଲା ।

ଆଶୁତୋଷଙ୍କର ଏହି ଫିଲ୍ମ ପାନୀପତ ତୃତୀୟ ଯୁଦ୍ଧ ଉପରେ ଆଧାରିତ । ଫିଲ୍ମରେ ସଞ୍ଜୟ ଦତ୍ତ,ଅର୍ଜୁନ କପୁର ଏବଂ କୀର୍ତ୍ତି ସାନନ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୨୦୧୯ ଡିସେମ୍ବରରେ ରିଲିଜ କରାଯିବ । ଆଶୁତୋଷ ଏହା ପୂର୍ବରୁ ମହେଞ୍ଜୋଦାରୋ ଏବଂ ଲଗାନ ଭଳି ପିରିୟଡ ଡ୍ରାମା ଫିଲ୍ମ କରିସାରିଛନ୍ତି। ତାଙ୍କର ଲଗାନ ଫିଲ୍ମ ସୁପରହିଟ ହୋଇଥିଲା । ଏହା ପରେ ଏବେ ଆଶୁତୋଷ ଦର୍ଶକଙ୍କ ପାଇଁ ପୁଣିଥରେ ପିରିୟଡ ଡ୍ରାମା ଫିଲ୍ମ ପାନିପତ ଆଣୁଛନ୍ତି ।

ଏହି ସିନେମାରେ ପ୍ରଥମ ଥର ଏକ ସାଙ୍ଗରେ ନଜର ଆସିବେ ଅର୍ଜୁନ କପୁର ଏବଂ ସଞ୍ଜୟ ଦତ୍ତ  । ସୂଚନାଯୋଗ୍ୟ ଯେ ଫିଲ୍ମରେ ଅର୍ଜୁନ ଏକ ମରାଠା ଯୋଦ୍ଧାଙ୍କ ଚରିତ୍ରରେ ନଜର ଆସିବେ । ଅନ୍ୟପଟେ ସଞ୍ଜୟଙ୍କର ରୋଲ ମଧ୍ୟ ମହତ୍ୱପୂର୍ଣ୍ଣ ରହିବ । ପାନିପତର ତୃତୀୟ ଯୁଦ୍ଧ ୧୭୬୧ ଜାନୁଆରୀ ୧୪ରେ ହୋଇଥିଲା । ଅଫଗାନ ଆକ୍ରମଣକାରୀ ଅହମ୍ମଦଶାହା ଅବ୍ଦାଲୀ ଏବଂ ମୌଗଲ ବାଦଶାହା ଶାହଆଲମ ଦ୍ୱିତୀୟ ସଂରକ୍ଷକ ଏବଂ ସହାୟକ ମରାଠଙ୍କ ମଧ୍ୟରେ ଲଢାଯାଇଥିଲା । ପାନିପତର ତୃତୀୟ ଯୁଦ୍ଧ ୧୮ ଶତାବ୍ଦୀ ସବୁଠାରୁ ବଡ ଯୁଦ୍ଧ ଥିଲା। ଯୁଦ୍ଧରେ ପାଖାପାଖି ୪୦ ହଜାର ମରାଠୀ ସୌନ୍ୟ ମୃତ୍ୟୁ ବରଣ କରିଥିଲେ ।

ପଢନ୍ତୁ ;

୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

Related posts

ବିଗବସ ନାଁରେ ଆରୋପ ,ହାରିବା ପରେ ହୀନାଙ୍କୁ ଲାଗିଛି ଝଟକା

ENO Beuro

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ENO Beuro

ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି

ENO Beuro

1 comment

Leave a Comment