News

ଜାମିନରେ ଆସିପାରନ୍ତି କେନ୍ଦ୍ରପଡାର ସାରଥିବାବା

Untitled 1

କେନ୍ଦ୍ରାପଡାର ଆତ୍ମଘୋଷିତ ବାବା ସାରଥି  ଏବେ ଜେଲରେ। ତେବେ ସାରଥୀଙ୍କୁ ମିଳିପାରେ ଜାମିନ। ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହାଇକୋର୍ଟ‌େର ଜୁଲାଇ ୧୫ରେ ହେବାନେଇ ସୂଚନା ରହିଛି। କେନ୍ଦ୍ରାପଡାରେ ବିଚାରାଧୀନ ମାମଲାରେ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାରଥିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ଓ ସରକାରଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ,କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ଜାମିନ ପାଇ ସାରିଛନ୍ତି। ବିବାଦୀୟ ଡାକ୍ତର ଯବତୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲା ରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ବିଚାରାଧୀନ କେନ୍ଦ୍ରାପଡା ମାମଲାରେ ଜାମିନ ମଳିଲେ ସାରଥି ଜେଲରୁ ବାହାରିବା ସମ୍ଭବ ହେବ।
ପଢନ୍ତୁ: ଉଠୁଛି ପଡୁଛି ପାଟକୁରା ନିର୍ବାଚନମଣ୍ଡଳୀ

Related posts

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ENO Beuro

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

ENO Beuro

Leave a Comment