• Home
  • News
  • ସାରଥୀଙ୍କ ଜାମିନ ଆବେଦନ ଖାରଜ !
News

ସାରଥୀଙ୍କ ଜାମିନ ଆବେଦନ ଖାରଜ !

ସାରଥୀ ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ଝଟକା

ଆତ୍ମଘୋଷିତ ସାରଥୀ ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ଝଟକା । କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିତ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା ।

ସୂଚନାଯୋଗ୍ୟ ଯେ ମହିଳାଙ୍କୁ ଯୌନ ନିର୍ଯାତନା ସହିତ ଲୋକଙ୍କୁ ଠକିବା ନେଇ ଆତ୍ମଘୋଷିିତ ବାବା ସାରଥୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ମାଆ ଝିଅ ସାରଥୀଙ୍କ ବାରିମୂଳ ଆଶ୍ରମରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ସାରଥୀ ଓରଫ ସନ୍ତୋଷ ରାଉଳ ସୁପ୍ରିମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ ।

ତେବେ ମାମଲାରେ ସାରଥିଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା, ହେଲେ ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

ସାରଥୀଙ୍କ ଜାମିନ ଆବେଦନ ଖାରଜ ! sarathi baba

ପଢନ୍ତୁ ;

ସାବିତ୍ରୀରେ ଅଭିନେତା ଶ୍ରୀତମଙ୍କୁ ପତ୍ନୀଙ୍କ ହେଲମେଟ୍ ଉପହାର !

Related posts

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ କଲ ଡ୍ରପ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

Krishna Kumar Manoj

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More