News

ପ୍ରବଚନ ଦେବା ପାଇଁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କଲେ ସାରଥି

Sarathi Gfx 750x430

ପୁଣି ଚଳଚଞ୍ଚଳ ହେବ କି ସାରଥୀ ସାମ୍ରାଜ୍ୟ?

ସତସଙ୍ଗ ହେବ, ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେ ସାରଥୀ? ପୁଣିଥରେ ସଭା କରି ପ୍ରବଚନ ଦେବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଭଣ୍ଡ ସାରଥୀ । ପ୍ରବଚନ ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ପ୍ରବଚନ ଦେବାକୁ ଅନୁମତି ମାଗିଛନ୍ତି ସାରଥୀ । ସଜା କାଟୁଥିବା ବେଳେ ମଧ୍ୟ ସାରଥୀ ଜେଲ ଭିତରେ ପ୍ରବଚନ ଦେଉଥିବାର ଖବର ସାମ୍ନାକୁ ଆସିଥିଲା । ଏହାସହ ରହୁଥିବା ଘରର ଠିକଣା, ମୋବାଇଲ୍ ଫୋନ୍ ନମ୍ବର ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ ଏବଂ ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ନ ପାରିବା ସର୍ତ୍ତ କୋହଳ ପାଇଁ ସାରଥି ତାଙ୍କ ଆବେଦନରେ ପ୍ରାର୍ଥନା କରିଛନ୍ତି।

ଏହି ମାମଲାରେ ୨୦୧୭, ଅକ୍ଟୋବର ୧୦ରେ ସାରଥି ଅଦାଲତରେ ବେଲ ବଣ୍ଡ୍ ଦାଖଲ କରିଥିଲେ ମଧ୍ୟ ଜାମିନରେ ମୁକୁଳି ପାରି ନଥିଲେ। ତାଙ୍କୁ ଅନ୍ୟ ମାମଲାରେ ଜାମିନ ମିଳି ନ ଥିଲା ସେତେବେଳେ। ଶେଷରେ ଗତ ଜୁଲାଇ ୨୨ରେ ହାଇକୋର୍ଟ ସାରଥିଙ୍କୁ କେନ୍ଦ୍ରାପଡ଼ାରେ ବିଚାରାଧୀନ ମାମଲାରେ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଥିଲେ। କିନ୍ତୁ ପୂର୍ବ ଜାମିନ ସର୍ତ୍ତ ଅନୁସାରେ ସେ ପ୍ରବଚନ ଦେଇ ପାରୁନାହାନ୍ତି। ତେଣୁ ଆବେଦନରେ ସାରଥି ଦର୍ଶାଇଛନ୍ତି ଯେ ପ୍ରବଚନ ଓ ଧାର୍ମିକ ଆଲୋଚନା  ମାଧ୍ୟମରେ କରୁଥିବା ଆୟ ତାଙ୍କ ବଞ୍ଚିବାର ଆଧାର। ଯଦି ତାଙ୍କୁ ଏଥିପାଇଁ ଅନୁମତି ନ ମିଳେ ତେବେ ‌‌ସେ ଅସୁବିଧାରେ ପଡ଼ିବେ।

ପଢନ୍ତୁ: ଏସପ୍ଲାନେଡ ୱାନରେ ଆତଙ୍କୀ ଆକ୍ରମଣ!

Related posts

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ENO Beuro

ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

ENO Beuro

ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

ENO Beuro