News

ଜେଲ୍‌ରୁ ମୁକୁଳିବା ଖୁସିରେ ଖାଲି ପେଟରେ ଧ୍ୟାନ ମୁଦ୍ରାରେ ମାନ୍ୟବର

Sarathi Baba

ଧ୍ୟାନ ମୁଦ୍ରାରେ ମାନ୍ୟବର। ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ। ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି। ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସି ରହିଛନ୍ତି ସାରଥି। ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି। ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି। ତେବେ ସାରଥିଙ୍କ ଓକିଲ ଚୌଦ୍ୱାର ଜେଲ୍‌ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡ଼ା ଦୌରାଜଜ କୋର୍ଟକୁ ଯାଇଥିବା ବେଳେ ରିଲିଜ୍‌ ଅର୍ଡର ଆସିଲେ ମାନ୍ୟବର ଚୌଦ୍ୱାର ଜେଲରୁ ଆଜି ସଂଧ୍ୟା ସୁଦ୍ଧା ମୁକୁଳିବା ନେଇ ସମ୍ଭାବନା ରହିଛି।

ଏପଟେ, ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ। ସାରଥି ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ତେବେ ଚୌଦ୍ଵାର ଜେଲରେ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।
ପଢନ୍ତୁ: ଚନ୍ଦ୍ରଯାନ-୨ ର ସଫଳତାକୁ ନେଇ ଟ୍ୱିଟ କରି ଇସ୍ରୋକୁ ନିଚ୍ଚ ଦେଖାଇଲା ନାସା

Related posts

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

ପୁଅ ମୃତ୍ୟୁ ଖବର ଶୁଣି ମା’ ,ଦୁଇ ଭଉଣୀ ବିଷ ପିଇଲେ  

ENO Beuro

Female Bear “Mili” Died In Odisha’s Nandankanan Zoological Park

ENO Beuro

Leave a Comment