News

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

Untitled 1

ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଦୁଇ ଲକ୍ଷ ଟଙ୍କା ଲେଖାଁଏ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ । କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ  ଅନ୍ତେବାସିନୀ ମା ଓ ଝିଅଙ୍କ ମାମଲାରେ ତାଙ୍କୁ ଜାମିନ ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ।

ପ୍ରକାଶଥାଉକି, କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ପୂର୍ବରୁ ଜାମିନ ପାଇ ସାରିଥିଲା। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିକୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ।

ବାରିମୂଳ ଯାଇ ପାରିବେନି କି ଧର୍ମସଭା କରି ପାରିବେନି, ହାଇକୋର୍ଟ ଦେଲେ ୫ ନିର୍ଦ୍ଦେଶ

Barimula 2 750x430
Barimula 2 750×430

୩ୟ ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ଜାମିନ ମିଳିଥିବା ବେଳେ ୫ଟି ସର୍ତ୍ତ  ରଖିଛନ୍ତି କୋର୍ଟ ।

୧-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

୨-ବାବାଙ୍କୁ ମନା ବାରିମୂଳ । ନିଜ ଆଶ୍ରମ ବାରିମୂଳକୁ ଯାଇ ପାରିବେନି ସାରଥୀ । ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ ।

୩-ବାରିମୂଳ ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥୀ

୪-ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ ।

୫-ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପଢନ୍ତୁ: ସୁନା ପୋଛିନେଲା ଭାରତ: ସ୍ବର୍ଣ୍ଣ ୭/୭, ଭାରତକୁ ୧୫ ପଦକ

Related posts

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ENO Beuro

ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ

ENO Beuro

ଖୁବଶୀଘ୍ର ଜଗା-ବଳିଆ ଓଡିଶା ଫେରିବେ !

ENO Beuro

Leave a Comment