EnewsOdia.Com

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

ଏବେ ବି ସାରଥି ମାୟାରେ ବାୟା ଭକ୍ତ। ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ। ପ୍ରଶାନ୍ତ ବାରିକ ନାମକ ଜଣେ ବ୍ୟକ୍ତି ନିଜ ଘରେ ସାରଥିଙ୍କ ଫଟୋ ରଖି ଅନ୍ୟ କିଛି ଭକ୍ତଙ୍କ ସହ ମିଶି ପୂଜାର୍ଚ୍ଚନା କରୁଥିଲେ । କୌଣସି ସୂତ୍ରରୁ ଏହି ଖବର ପାଇଥିଲା ଟାଉନ ଥାନା ପୋଲିସ ।

ଘର ଉପରେ ପୋଲିସ ଚଢ଼ାଉ କରିବା ପରେ ସାମନାକୁ ଆସିଛି ଏହି ଘଟଣା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ଦିନ ଧରି ଏଠାରେ ସାରଥିଙ୍କ ପୂଜାର୍ଚ୍ଚନା ଚାଲିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ହାଇକୋର୍ଟଙ୍କ ସର୍ତମୂଳକ ଜାମିନ ପରେ ପ୍ରାୟ ୪ ବର୍ଷ ପରେ ସାରଥି ଜେଲରେ ମୁକୁଳିଥିଲେ । ଧର୍ମ ପ୍ରଚାର ଓ ପ୍ରବଚନ ଦେବା ଉପରେ ହାଇକୋର୍ଟଙ୍କ କଟକଣା ରହିଛି ।

ପଢନ୍ତୁ: ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

ସମ୍ବନ୍ଧିତ ଖବର

୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଉଛି କୁକୁର

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana