News

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲ ଯାହାଙ୍କୁ ଲୌହ ମାନବର ଆଖ୍ୟା ଦିଆଯାଇଥିଲା , ଆଜି ସେ ପୁଣ୍ୟାତ୍ମାଙ୍କ ଜୟନ୍ତୀ ଦିବସ । ଆଜି ସେହି ବୀର ପୁରୁଷଙ୍କ ଉଦେସ୍ୟରେ କୋଟି କୋଟି ପ୍ରଣାମ ।

ସେ ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ ଗୁଜୁରାଟର ନଡିୟାଦ ଠାରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିତା ମାତାଙ୍କର ୪ର୍ଥ ସନ୍ତାନ ଥିଲେ । ସେ ଏଠାରେ ପ୍ରାଥମିକ ପାଠ ଶେଷ କରି ଲଣ୍ଡନ ଯାଇଥିଲେ ବାରିଷ୍ଟର ପଢିବା ପାଇଁ । ସେଠାରୁ ଫେରି ସେ ଅହମଦାବାଦରେ ଓକିଲାତି କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ଠାରୁ ପ୍ରେରଣା ପାଇ ସେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ଥିଲେ । ସେ ସ୍ଵାଧୀନ ଭାରତରେ ପ୍ରଥମ ଗୃହମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀର ଆସନ ଅଳଙ୍କୃତ କରିଥିଲେ । ସ୍ଵାଧୀନତା ପରେ ବିଚ୍ଛିର୍ଣ୍ଣ ଭାରତ ଭୂମିକୁ ଏକତ୍ରିକରଣ କରିବାରେ ତାଙ୍କର ଭୂମିକା ମୁଖ୍ୟ ଥିଲା , ଯେଉଁଥି ପାଇଁ ତାଙ୍କୁ ଭାରତର ବିସ୍ମୟ ପୁରୁଷ ଓ ଲୌହ ପୁରୁଷର ଆଖ୍ୟା ଦିଆଯାଇଥିଲା

ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ମାନରେ

  • ଅହମଦାବାଦର ଏୟାରପୋର୍ଟକୁ ତାଙ୍କ ନାମରେ ନମିତା କରଯାଇଥିଲା, “ସର୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ”
  • ଗୁଜୁରାଟ ବିଦ୍ୟାନଗରରେ “ସର୍ଦାର ପଟେଲ ବିଦ୍ୟାଳୟମ”
  • ୧୯୯୧ ମସିହାରେ ମରଣାନ୍ତକ ଭାରତ ରତ୍ନ ପୁରସ୍କାର

ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି:

ଆଜି ସେହି ବୀର ପୁରୁଷଙ୍କ ଜୟନ୍ତୀ ଅବସରରେ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରନ୍ ଫର ୟୁନିଟି’ ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକ ଅଂଶ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କ୍ରୀଡ଼ା ରାଜ୍ୟମନ୍ତ୍ରୀ ବର୍ଦ୍ଧନ ସିଂହ ରାଠୋର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ରନ ଫର ୟୁନିଟି କାର୍ଯ୍ୟକ୍ରମରେ କ୍ରୀଡ଼ାବିତ ପିଭି ସିନ୍ଧୁ, ମିତାଲି ରାଜ, ଦୀପା କର୍ମକାରଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।

ଆଜି ଏହି ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀ ସ୍ୱର୍ଗତ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଆଜି ସ୍ଵାଧୀନତା ସଂଗ୍ରାମୀ, ବୀର ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ  ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ପଢନ୍ତୁ, ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

Related posts

ମଧ୍ୟପ୍ରଦେଶ: ପୋଲ ଉପରୁ ଖସିପଡ଼ିଲା ମିନିଟ୍ରକ୍‌ ,୨୧ ମୃତ୍ୟୁ

Krishna Kumar Manoj

ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ

Krishna Kumar Manoj

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More