EnewsOdia.Com

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର ହେଲେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ ଦିଆଯାଇଛି। ଏହାପରେ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାରେ ବ୍ରେକ୍ ଲାଗିଛି।

ସର୍ଫରାଜଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ତେବେ ଦିନିକିଆ କ୍ୟାପଟେନର ଘୋଷଣା ନେଦରଲ୍ୟାଣ୍ଡ ଗସ୍ତ ପୂର୍ବରୁ କରାଯିବ। ଆଝାରଙ୍କୁ ଟେଷ୍ଟ୍‌ ନେତୃତ୍ବ ଅର୍ପଣ କରିବା ପାଇଁ ନିଜେ ମିସ୍‌ବା ପ୍ରସ୍ତାବ ଦେଇଥିଲେ। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଆଝାର ଓ ବାବର ଦାୟିତ୍ବ ତୁଲାଇବେ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ପଢନ୍ତୁ: ଘମାଘୋଟ ନିର୍ବାଚନ ପ୍ରଚାର ଭିତରେ ରାହୁଲଙ୍କ ନିଆରା ଅନ୍ଦାଜ୍

ସମ୍ବନ୍ଧିତ ଖବର

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

Ratnamani Maharana

ପୁଣି ଜୋରିମାନା ଦେଲା ଟିମ୍‌ ଇଣ୍ଡିଆ

Ratnamani Maharana

ଶ୍ରୀଲଙ୍କାକୁ ହରାଇଲା ଭାରତ

Ratnamani Maharana

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

Ratnamani Maharana

ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

Ratnamani Maharana