News

ଜେଲରେ ଅସୁସ୍ଥ ହେଲେ ନୱାଜ ସରିଫ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଅସୁସ୍ଥ । ସେ କିଡନୀ ରୋଗ ଜନିତ ସମସ୍ୟାରେ ପୀଡିତ ଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ ସରିଫ୍‌ଙ୍କ ଶରୀରରେ ଜଳସ୍ତର ଅତିମାତ୍ରାରେ କମିଯାଇଛି। ତାଙ୍କ ରକ୍ତରେ ୟୁରିଆ ସ୍ତର ମଧ୍ୟ ଅତ୍ୟଧିକ ବଢ଼ିଯାଇଛି। ସରିଫଙ୍କ କିଡନୀ ଅଚଳ ହେବାର ଅନେକ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ତୁରନ୍ତ ରାୱଲପିଣ୍ଡି ଜେଲରୁ ବାହାର କରି ଅନ୍ୟତ୍ର ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ,ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଏକ ଦୁର୍ନୀତି ଅଭିଯୋଗରେ ସେଠାକାର କୋର୍ଟ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ଦେବା ସହ ତାଙ୍କ ଝିଅଙ୍କୁ ୭ ବର୍ଷ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ତେବେ କୋର୍ଟଙ୍କ ଏହି ରାୟ ସମୟରେ ସରିଫ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ଲାଗି ଲଣ୍ଡନ ଗସ୍ତରେ ଥିଲେ।

ପଢନ୍ତୁ;ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

Related posts

ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

ENO Beuro

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ENO Beuro

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

ENO Beuro

1 comment

Leave a Comment