News

ଶରୀରକୁ ସମ୍ଭାଳ

Untitled 1

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ଵୟର ଇଶ୍ଵର। ଭବନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ଵୟଂ ଜଗନ୍ନାଥ। ତ୍ରେତୟାରେ ସେ ହିଁ ପୁରୁଷୋତ୍ତମ ଶ୍ରୀରାମ ହୋଇ ରବଣ ଓ ଅନ୍ୟାନ ଅସରଙ୍କୁ ଶାନ୍ତ କରି ଧର୍ମ ସଂସ୍ଥାପନ କରିଥିଲେ। ତାପର ଯୁଗରେ ଦେବକୀନନ୍ଦନ, ଗୋପୀରତ ଓ ଜଶୋଦାଜୋଳମଣ୍ଡନକାରୀ ଯୋଗେଶ୍ଵର ଶ୍ରୀକୃଷ୍ଣଙ୍କ ରୂପରେ ଉଭା ବୋଇ ଅନେକ ଲୀଳା ମାଧ୍ୟମରେ ସାରା ଜଗତରେ ପ୍ରେମ ଓ ଆନନ୍ଦର ସନ୍ଦେଶ ପ୍ରତିଷ୍ଠା କରିଥିଲେ। ପୁଣି ବୁଦ୍ଧ ରୂପରେ ସାରା ଦେଶରେ ଅହିଂସା ଓ ଶାନ୍ତ ମାର୍ଗଦର୍ଶନର ଶିକ୍ଷା ଦେଇଥିଲେ। ସବୁ ଅବତାର ଓ ସେହି ପୁଣି ଅବତାରୀ। କଳିଯୁଗରେ ଏକ ମାତ୍ର ଅବତାର ଶ୍ରୀଜଗନ୍ନାଥ। ସେ ହିଁ କଳ୍କୀ। ସେ ହିଁ ଆମର ସୃଷ୍ଟିକର୍ତ୍ତା। ସେ ହି ଆମର ତ୍ରାଣକର୍ତ୍ତା। ବିଶ୍ଵର ଆଦ୍ୟଗୁରୁ ହେଉଛନ୍ତି ମହାପ୍ରଭୁ। ତାଙ୍କୁ କିଏ ପ୍ରଣାମ ନକରେ କହିଲେ? ସଂସାରରେ କୋଟିକୋଟି ଭକ୍ତ ତାଙ୍କ ଭକତରେ ମୋହିତା ହେଉଛନ୍ତି। ଜଗନ୍ନାଥଙ୍କ ଭକତରେ ମନ ଆନନ୍ଦ ଅମୃତ ପାଉଛନ୍ତି। ଦୁନିଆରେ ସର୍ବ ଜିନିଷ ଦିନେ ନା ଦିନେ ନାଶ ଯିବ କିନ୍ତୁ ପ୍ରଭୂ ହେଉଛନ୍ତି ଅକ୍ଷୟ। ଏହି  ଜଗତରେ ଯାହାର ଆଦ୍ଯ ଅଛି ତାହାର ନିଶ୍ଚିତ ଅନ୍ତ ଅଛି। କିନ୍ତୁ ମହାପ୍ରଭୁ ହେଉଛନ୍ତି ଅନାଦି, ଅନନ୍ତ ଓ ଅମର। ଏଭଳି ମହାପ୍ରଭୁଙ୍କ ଭକ୍ତି କଲେ ପ୍ରଣାମ କାଲେ ନିଶ୍ଚିତ ଭାବେ ଅଶାନ୍ତ ମନରେ ମଧ୍ୟ ଆନନ୍ଦର ଜୁଆର ସୃଷ୍ଟି ହୁଏ। ଶ୍ରୀଜଗନ୍ନାଥଙ୍କ ନାମ ଓ ଗୀତକୁ ପ୍ରେମ ସହକାରେ ଭଜନ୍ତୁ। ଭକ୍ତର ଭାବ ପାଖରେ ପ୍ରଭୁ ଦୁର୍ବଳ।

ଗୀତାରେ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି “ସ୍ନେହଭାବେ ଭଜ ଜଗନ୍ନାଥ ଗୀତା, ଭକ୍ତ କବଳିତ ପ୍ରଭୁ ଜଗନ୍ନାଥ। ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବାପାଇଁ କଣ କରୁଛେ, ଏହା ଆମର ଚିନ୍ତା କରିବା ଦରକାର। ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ପାଇଁ ଆମେ କଣ ଦିବ୍ୟ ମାର୍ଗକୁ ଆପଣେଇଛେ କି! ତେବେ ଆମ ପାଖକୁ କିଭଳି ପ୍ରଭୁଙ୍କ ଦିବ୍ୟ କୃପା ପହଞ୍ଚିବ? ଜଗତର ବାନ୍ଧବ ସେହି ଶ୍ରୀରାମ କେଶବ ଶ୍ରୀଜଗନ୍ନାଥ। କିନ୍ତୁ ଆମେ ତାଙ୍କ ସହ ବନ୍ଧୁତ୍ଵ କରିବା ପାଇଁ କେତେ ଦୂର ପ୍ରସ୍ତୁତ ରହୁଛେ। ଆମେ ପ୍ର୍ଭୁଙ୍କ ଦ୍ଵାରା ପ୍ରତିଷ୍ଠିତ ମାର୍ଗରେ ନ ଯିବାର କାରଣ କଣ? ଆମେ ପ୍ରଭୁଙ୍କୁ ଜାଣିବା ଦରକ ଓ ସବୁବେଳେ ମନନ ସ୍ମରଣ କରିବା ଦରକାର। ଏହି ଦେହରେ ହିଁ ପ୍ରଭୁ ଜଗନ୍ନାଥ ବହୁ ରୂପରେ ଅବସ୍ଥାନ କରିଛନ୍ତି, ତାହା ବୁଝିବା ଦରକାର। କୋଟି ତୀର୍ଥ ସମ ଏହି ନୀଳାଚଳ ଧାମ ଭଳି ଆମ ଶରୀର ପର୍ବତ। ଆମେ କାହିଁକି ତାକୁ ମଦ, ମାଂସ, ନିଶାରେ ଅପବିତ୍ର କରୁଛେ। ଆମ ଶରୀର ଶ୍ରୀମନ୍ଦିର ଏଥିରେ ମହାପ୍ରଭୁ ଅବସାନ କରନ୍ତି, ଯଦି ଏହା ସତ ତାହାଲେ ଶ୍ରୀମନ୍ଦିରକୁ ଜାଣିଶୁଣି ନଷ୍ଟ କରୁଛେ କଣ ପାଇଁ? ଆସନ୍ତୁ ଶ୍ରୀଜଗନ୍ନାଥ ନାମ ନେବା ଏବଂ ଆମ ଦେହ ଓ ମନକୁ ପବିତ୍ର ରଖି ଦିବ୍ୟ ଜୀବନ ଅତିବାହିତ କରିବା।
ପଢନ୍ତୁ: ତତ୍ଵ ଶ୍ରୀଜଗନ୍ନାଥ

Related posts

ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ

ENO Beuro

ଦକ୍ଷିଣ ଚୀନ ସାଗରରେ ବାତ୍ୟା “ପାବୁକ”,ଓଡିଶାକୁ ବିପଦ ନାହିଁ

ENO Beuro

ବନ୍ୟା ବେଳେ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ଚର୍ଚ୍ଚାରେ ୧୨ ବର୍ଷର ବାଳକ

Ratnamani Moharana

1 comment

Leave a Comment