EnewsOdia.Com

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

ଚୀନରେ ପୁଣିଥରେ ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ଭାଇରସ ଆତଙ୍କ ଖେଳାଇଛି। ଏହି ଏସଏଆରଏସ ଭାଇରସ ପ୍ରକୋପରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍ ଉଦବେଗ ପ୍ରକାଶ କରିଛନ୍ତି। ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓ୍ୱାର୍ଲଡ ହେଲଥ୍ ଅରଗାନାଇଜେସନ (ଡବ୍ଲ୍ୟୁଏଚଓ)ର ରିପୋର୍ଟ ଅନୁଯାୟୀ, ଏସଏଆରଏସ ପାଇଁ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହି ଭାଇରାସର ସି-ଫୁଡ ସହିତ ସଂଯୋଗ ରହିଛି। ଓଟ, ବିଲେଇ, ବାଦୁଡି ସହିତ କିଛି ପଶୁଙ୍କ ଶରୀରରେ ମଧ୍ୟ ଏହି ଭାଇରସ ପ୍ରବେଶ କରିଥାଏ।

ଚୀନର ରାଜଧାନୀ ବେଜିଂ ସମେତ ଅନେକ ସହରରେ ଏହି ଏସଏଆରଏସ ଭାଇରାସ ବ୍ୟାପିଥିବା ଦେଖିବାକୁ ମିଳିଛି। ଏଯାବତ ୨୨୦ରୁ ଅଧିକ ଲୋକ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।  ଚୀନରେ ଏହି ଭାଇରସ ବ୍ୟାପିବା ପରେ ଭାରତରେ ଆଲର୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୨୪ରୁ ଚୀନରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହେଉଛି। ଏହି ଅବସରରେ ଅନେକ ଲୋକ ବିଦେଶରୁ ଆସନ୍ତି ଏବଂ ଚୀନର ଲୋକମାନେ ମଧ୍ୟ ଭ୍ରମଣ କରିବା ପାଇଁ ବିଦେଶକୁ ଯାଆନ୍ତି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।

ପଢନ୍ତୁ: ସରକାରୀ ଚାକିରି ଆବେଦନ ପାଇଁ ଆଉ ଦରକାର ପଡ଼ିବନି ଜାତି, ଆବାସିକ ପ୍ରମାଣପତ୍ର

ସମ୍ବନ୍ଧିତ ଖବର

ଚିନିଶିଳ୍ପର ମୋଲାସିସ୍ ଟାଙ୍କି ଫାଟିବାରୁ ମୁଖ୍ୟରାସ୍ତାକୁ ଆସିଲା ତରଳ ଗୁଡ଼

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

Ratnamani Maharana

ଏବେ କରୋନା ଭାଇରସରୁ ରକ୍ଷା କରିବ Be A Batman ସୁଟ୍‌

Ratnamani Maharana

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana