News

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କ ଆଗୁଆ ଜାମିନ ଆବେଦନ

ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଆଗୁଆ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ସକାଳ ୧୦ଟା ବେଳେ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି। ପଟିଆଲା କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦାୟୀ କରିଛନ୍ତି। ଏହି ମାମଲାରେ କୋର୍ଟ ପକ୍ଷରୁ ଶଶି ଥରୁରଙ୍କୁ ସମନ କରିବା ସହ ତାଙ୍କୁ ଜୁଲାଇ ୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଶଶି ଥରୁରଙ୍କ ବିରୋଧରେ ଧାରା ୩୦୬ ଓ ୪୯୮(କ) ଅନୁଯାୟୀ ମୋକଦ୍ଦମା ଚଳାଇବା ପାଇଁ ଯଥେଷ୍ଟ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପିତ କରାଯାଇଛି।

ସୂଚନାଯୋଗ୍ୟ,୪ବର୍ଷ ପୂର୍ବେ ୧୭ଜାନୁୟାରୀ ୨୦୧୪ ଦିଲ୍ଲୀ ସ୍ଥିତ ଲୀଲା ପ୍ୟାଲେସ ନାମକ ଏକ ପଞ୍ଚ ତାରକା ହୋଟେଲରେ ୫୭ବର୍ଷିୟା ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ପ୍ରାରମ୍ଭରେ ଏହାକୁ ଏକ ଆତ୍ମହତ୍ୟା ମାମଲା ପରି ଲାଗୁଥିଲେ ମଧ୍ୟ ଅଧିକ ତଦନ୍ତ ପରେ ପୁଲିସ କାହାରି ନାମ ଉଲ୍ଲେଖ ନକରି ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲେ ମଧ୍ୟ ୨୦୧୪ ଜାନୁୟାରୀ ୧୫ରେ ପାକିସ୍ତାନର ମେହେର ତାରାର ନାମକ ଜନୈକା ସାମ୍ବାଦିକଙ୍କ ସହ ଶଶି ଥରୁରଙ୍କ ଟ୍ୱିଟରରେ ବାର୍ତ୍ତାଳାପ ବିବାଦର କାରଣ ପାଲଟିଥିଲା।

ପଢନ୍ତୁ;ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

Related posts

ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ

ENO Beuro

ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

ENO Beuro

Air Services Will Start In Jharsuguda And Rourkela Airports From October

ENO Beuro

Leave a Comment