News

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

ଶଶିକଳାଙ୍କୁ ମିଳିଲା ପାରୋଲ

ତାମିଲନାଡୁର ଏଆଇଡିଏମ୍‍କେ ନେତ୍ରୀ ଭିକେ ଶଶିକଳାଙ୍କ ସ୍ୱାମୀ ଏମ୍‍ ନଟରାଜନଙ୍କ ଗତ ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ଅସୁସ୍ଥତା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ନଟରାଜନଙ୍କ ମୃତ୍ୟୁ ଘଟିଥିବା ଚେନ୍ନାଇର ଗ୍ଲେନଇଗେଲ୍ସ ଗ୍ଲୋବାଲ ହେଲଥ ହସ୍ପିଟାଲ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି। କିନ୍ତୁ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଶଶିକଳା ଏବେ ଜେଲରେ ସଜ୍ଜା କାଟୁଛନ୍ତି।

ଶଶିକଳା ତାଙ୍କ ସ୍ବାମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ଲାଗି କରିଥିବା୧୫ ଦିନର ପାରୋଲ ଆବେଦନକୁ ମଞ୍ଜୁରୀ ମିଳିଛି। ନଟରାଜନ୍‌ଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଉଥିବାରୁ ଶଶିକଳା ସେଠାରେ ଯୋଗଦେବେ ବୋଲି ଜଣାପଡିଛି।

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ sasikala

ପଢନ୍ତୁ; ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

Related posts

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ

ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ

Krishna Kumar Manoj

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More