• Home
  • Entertainment
  • ୯୦ ତମ ଓସ୍କାର ପୁରସ୍କାର ସମାରୋହ : ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି
Entertainment

୯୦ ତମ ଓସ୍କାର ପୁରସ୍କାର ସମାରୋହ : ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି

ଶଶି କପୁର ଏବଂ ଶ୍ରୀଦେବୀଙ୍କୁ ସ୍ମରଣ

କାଲିଫୋର୍ଣ୍ଣିଆର ଡଲବି ଥିଏଟରରେ ଆଜି ଆରମ୍ଭ ହୋଇଥିବା ୯୦ ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ସାମ ରକଭେଲଙ୍କୁ ଶ୍ରେଷ୍ଠ ସହ ଅଭିନେତା ଓ ଡାର୍କେଷ୍ଟ ଓରଭରଙ୍କୁ ଶ୍ରେଷ୍ଠ ମେକଅପ ପୁରସ୍କାର ମିଳିଛି । ଥ୍ରୀ ବିଲବୋର୍ଡସ ଆଉଟସାଇଡ ଏଭିଙ୍ଗ, ମିସୁରୀ ପାଇଁ ରକଭେଲଙ୍କୁ ଏହି ପୁରସ୍କାର ଦିଆଯାଇଥିବା ବେଳେ ସେହିଭଳି କଷ୍ଟ୍ୟୁମ ପୁରସ୍କାର ଫ୍ରେଟମ ଥ୍ରେଡଙ୍କୁ ଦିଆଯାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ପାଇଁ ଅଭାର୍ଡ ଅକେରସଙ୍କୁ ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ସାଉଣ୍ଡ ଏଡିଟିଙ୍ଗ ଓ ସାଉଣ୍ଡ ମିକ୍ସସିଙ୍ଗ ପାଇଁ ଡନକର୍କକୁ ପୁରସ୍କାର ଦିଆଯାଇଛି।

ଆଉ ମଧ୍ୟ ଓସ୍କାରର ମେମୋରିୟମ୍‌ ବିଭାଗରେ ବର୍ଷକ ମଧ୍ୟରେ ପରଲୋକ ଗମନ କରିଥିବା ଅଭିନେତା/ଅଭିନେତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥାଏ। ଭାରତୀୟ ଚଳଚ୍ଚିତ୍ର ତାରକା ଶଶି କପୁର ଏବଂ ଶ୍ରୀଦେବୀଙ୍କୁ ଆଜି ଶ୍ରଦ୍ଧାଂଜଳି ଦିଆଯାଇଛି।

ବଲିଉଡ୍‌ ଚଳଚ୍ଚିତ୍ର ବ୍ୟତିରେକେ, ଶଶି କପୁର ‘ଦି ହାଉସ୍‌ ହୋଲ୍‌ଡର୍‌’, ‘ସେକ୍ସପିୟର୍‌ ଓ୍ଵାଲାଃ୩, ‘ଦି ଗୁରୁ’, ‘ବମ୍ବେ ଟ’କି’ ଏବଂ ‘ଇନ୍‌ କଷ୍ଟଡି’ ଭଳି ଚଳଚ୍ଚିତ୍ରରେ କାମ କରି ଆନ୍ତର୍ଜାତିକ ଚଳଚ୍ଚିତ୍ରରେ ଥିଲେ ଜଣେ ସକ୍ରିୟ ବ୍ୟକ୍ତିତ୍ୱ।

ଜନପ୍ରିୟା ଭାରତୀୟ ଅଭିନେତ୍ରୀ ଶ୍ରୀଦେବୀ ଫେବ୍ରୁଆରି ୨୪ ତାରିଖ ଦିନ ହଠାତ୍‌ ଦୁବାଇରେ ମୃତ୍ୟୁ ବରଣ କରିଥିଲେ।

୯୦ ତମ ଓସ୍କାର ପୁରସ୍କାର ସମାରୋହ : ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି sri and sashi 1

ପଢନ୍ତୁ;

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

Related posts

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

Krishna Kumar Manoj

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ

Krishna Kumar Manoj

Ollywood Actor Uttam Mohanty Honoured With Prestigious Kadambini Samman

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More