POLITICALS

ଶତୃଘ୍ନଙ୍କ ଟିକଟ କଟିଲା ଏନଡିଏ: ନିଉଟନଙ୍କ ନିୟମ ଭଳି ଜବାବ ଦେବେ ଶତୃଘ୍ନ

ବିଜେପି ବିରୋଧରେ ବିଷ ଓଗାଳିଲେ ଶତ୍ରୁଘ୍ନ

ଏନଡିଏ  ପ୍ରାର୍ଥୀ ପତ୍ର ଘୋଷଣା ପରେ ଆଶାୟୀ ନିରାଶ ହୋଇଛନ୍ତି। ତେବେ ଏହାପରେ ଆରମ୍ଭ ହୋଇଛି ଦଳ ବଦଳ  ପ୍ରକ୍ରିୟା। ବିଜେପିର ପ୍ରାର୍ଥୀ ପତ୍ର ତାଲିକାରେ ବରିଷ୍ଠ ନେତାଙ୍କ ନାମ ନଥିବାକୁ ନେଇ ହୋଇଥିଲା  ହଟଚମଟ। ପ୍ରଥମେ ଲାଲକୃଷ୍ଣ ଆଡଭାନୀ ଓ ଯୋସୀଙ୍କୁ ଟିକେଟ ମିଳିନି। ଏବେ ଏହି ତାଲିକାରେ ମଧ୍ୟ  ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଦିଆଯାଇଛି ବାଦ।

ବିହାରରେ ୪୦ ଲୋକସଭା ଆସନ ମଧ୍ୟରୁ ୩୯ଟି ଆସନରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ବିଜେପି ସାଂସଦ  ଶତୃଘ୍ନ ସିହ୍ନା ଓ ଶାହାନବାଜ ହୁସେନଙ୍କ ଟିକଟ କଟିଛି । ଶତୃଘ୍ନଙ୍କ ଆସନରୁ କେନ୍ଦମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରାର୍ଥୀ ହୋଇଛନ୍ତି ।ଶତ୍ରୁଘ୍ନ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ତେବେ ଦଳ ତାଙ୍କୁ ପ୍ରାର୍ଥୀ କରି ନ ଥିବା ଉପରେ ଶତ୍ରୁଘ୍ନ କହିଛନ୍ତି ଯେ, ନିଉଟନଙ୍କ ନିୟମ ଭଳି ସେ ଠିକ୍ ଜବାବ  ଦେବେ। ଆଉ ଜବାବ ଦେବାକୁ ସେ ସଂପୂର୍ଣ୍ଣ ସକ୍ଷମ
ପଢନ୍ତୁ: ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ପିସି ଘୋଷ

Related posts

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ENO Beuro

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Ratnamani Moharana

Leave a Comment