ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡର ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ରିଲିଜ ଅପେକ୍ଷାରେ ଥିବା ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପାଇଁ ବହୁତ ଉତ୍ସାହିତ ଅଛନ୍ତି ଶତ୍ରୁଘ୍ନ। ସେ କହିଛନ୍ତି ଯେ,ମୋଦି ବାସ୍ତବରେ ଆମର ଜଣେ ଅତୁଳନୀୟ ନାୟକ। ମୁଁ ସର୍ବଦା ତାଙ୍କୁ ମଧ୍ୟ ଏହା କହିଥାଏ । କିଏ ତାଙ୍କ ଚରିତ୍ର ଅଭିନୟ କରିବା ପାଇଁ ନ ଚାହିଁବ? ମୁଁ ତାଙ୍କ ଚରିତ୍ରରେ ନଜର ଆସିବା ପାଇଁ ବହୁତ ଆଗ୍ରହୀ ଏବଂ ତାହାକୁ ଭଲ ଭାବେ ତୋଳି ଧରିବାକୁ ଚେଷ୍ଟା କରିବି ତାହାକୁ ଭଲ ଭାବେ ଅଭିନୟ କରିବି।

‘ଦ ମୋଦି’ ଚଳଚ୍ଚିତ୍ରଟିର ପ୍ରଯୋଜନା ଶୀତଲ ତଲଓ୍ଵାର କରିବା ପାଇଁ ଯାଉଛନ୍ତି ଏହା ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ,ଗତ ସପ୍ତାହରେ ଲଣ୍ଡନରେ ବିଟ୍ରିସ ଲେବର ପାର୍ଟିର ମୁଖ୍ୟ କିଥ୍‌ ବ୍ୟାଜଙ୍କ ଦ୍ୱାରା ଶତ୍ରୁଘ୍ନଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଥିବା ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରୁ କାହାର ଚରିତ୍ରରେ ସେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ଶତ୍ରୁଘ୍ନ କହିଥିଲେ ସେ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ନଜର ଆସିବା ପାଇଁ ଚାହୁଁଛନ୍ତି।

ପଢନ୍ତୁ;

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ କପୁର ଜଣାଇଲେ ନିଜ ହୃଦୟର କଥା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More