News

ଟ୍ୱିନସିଟିରେ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

ଟ୍ୱିନସିଟି କଟକ ଭୁବନେଶ୍ୱରର ନୂତନ କମିଶନର ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଲେ ଆଇପିଏସ ସତ୍ୟଜିତ ମହାନ୍ତି। କମିଶନର ୱାଇ. ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଲେ । ସତ୍ୟଜିତ ମହାନ୍ତି ଟ୍ୱିନ୍‌ସିଟିର ଷଷ୍ଠ କମିଶନର ଭାବରେ ନିଯୁକ୍ତି ପାଇଛନ୍ତି।୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ହେଉଛନ୍ତି ସତ୍ୟଜିତ୍। ପୂର୍ବରୁ ସେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସନାଲ୍ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି ଦାୟିତ୍ୱ ତୁଲାଇଛନ୍ତି । ନୂଆ ପୋଲିସ କମିଶନରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ବିଶେଷକରି ଆଇନ ଶୃଙ୍ଖଳା, ସାଇବର କ୍ରାଇମ୍‌, ଲୁଟ୍‌, ଡକାୟତି, ମହିଳା, ବରିଷ୍ଠ ନାଗରିକ ଓ ଭିଭିଆଇପିଙ୍କ ସୁରକ୍ଷା ଆଦି ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ପୋଲିସ-ପବ୍ଲିକ ସମ୍ପର୍କକୁ ସେ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ,୨୦୦୪ ମସିହାରେ ପୋଲିସ୍ ବିଭାଗକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ୍ ପଦକ ଏବଂ ୨୦୧୨ରେ ‘ରାଷ୍ଟ୍ରପତି ପୁଲିସ୍‌ ପଦକ’ ମଧ୍ୟ ପ୍ରଦାନ କାରଯାଇଥିଲା। ଆଇପିଏସ୍ ସ୍ତରରେ ଅଦଳବଦଳ ପରେ ଓ୍ୱାଇ.ବି. ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି।

ଟ୍ୱିନସିଟି ଟ୍ୱିନସିଟିରେ ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି satyajit

ପଢନ୍ତୁ; ରାଗିଂରେ ଓଡ଼ିଶା ୬ ନମ୍ବର ,୧ ନମ୍ବରରେ ୟୁପି

Related posts

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Krishna Kumar Manoj

ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

Krishna Kumar Manoj

ରାଉରକେଲାରେ ଏକ ବିଚିତ୍ର ବାହାଘର : ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ ,ଦେଖାଇଲେ ମ୍ୟାରେଜ ସାର୍ଟିଫିକେଟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More