News

ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା, ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ

ଭାରତୀୟ ଯୋଗକୁ କ୍ରୀଡ଼ାର ମାନ୍ୟତା ଦେଲା ଇସଲାମିକ ଦେଶ ସାଉଦି ଆରବ । ସାଉଦି ଆରବର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଖେଳ ଭାବେ ବିଦ୍ୟାଳୟରେ ଯୋଗ ବିଷୟରେ ଶିକ୍ଷା ଦେବାକୁ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ନିୟମ ମୁତାବକ ଯେକୌଣସି ବ୍ୟକ୍ତି ପଂଜୀକରଣ କରାଇ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ପାରିବେ ଓ ସେଠାରେ ଯୋଗ ଶିକ୍ଷା ଦିଆଯାଇ ପାରିବ।

ଯୋଗ ଦ୍ୱାରା ଶରୀର ସୁସ୍ଥ ରହୁଥିବାରୁ ଏହାକୁ କୌଣସି ଧର୍ମରେ ସଙ୍କୁଚିତ ନ କରିବାକୁ ମତ ଦେଇଛନ୍ତି ମୁସଲିମ୍ ନେତା । ସାରା ବିଶ୍ୱରେ ଅନେକ ରାଷ୍ଟ୍ର ଭାରତୀୟ ଯୋଗବିଦ୍ୟାକୁ ଆନୁଷ୍ଠାନିକ ଅନୁମତି ଦେଇସାରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ନୋଫ ମାରଓ୍ଵାଇ ନାମକ ଜଣେ ମହିଳାଙ୍କୁ ସାଉଦି ଆରବରେ ପ୍ରଥମ ଯୋଗ ପ୍ରଶିକ୍ଷକର ମାନ୍ୟତା ଦିଆଯାଇଛି।  ଯୋଗକୁ ଖେଳ ଭାବେ ସାଉଦି ଆରବରେ ମାନ୍ୟତା ଦେବାର ଶ୍ରେୟ ମଧ୍ୟ ନୋଫଙ୍କୁ ହିଁ ଯାଇଥାଏ ।  ନୋଫ ଏହାକୁ ନେଇ ଦୀର୍ଘ ଦିନରୁ  ଅଭିଯାନ ଚଳାଇ ଆସୁଥିଲେ। ଆରବ ଯୋଗ ଫାଉଣ୍ଡେସନର ସଂସ୍ଥାପକ ନୋଫଙ୍କ କହିବା କଥା ଯୋଗ ଓ ଧର୍ମ ମଧ୍ୟରେ କୌଣସି ପ୍ରକାର ପ୍ରତିଯୋଗିତା ହେବା ଉଚିତ୍ ନୁହେଁ।

ଉଲ୍ଲେଖଯୋଗ୍ୟ ୨୦୧୪ ସେପ୍ଟେମ୍ବର ୨୭ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗକୁ ବିଶ୍ଵ ସ୍ତରରେ ମାନ୍ୟତା ମିଳିଥିଲା ଏବଂ ଜୁନ ୨୧ରେ ପ୍ରତ୍ୟେକ ବର୍ଷ ସାରା ବିଶ୍ଵରେ ଯୋଗ ଦିବସ ପାଳନ କରାଯାଉଛି।

ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା,  ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ  ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା,  ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ

ପଢନ୍ତୁ, ୧୬ ନଭେମ୍ବର, ଗୁରୁବାର – ରାଶିଫଳ

Related posts

ମୁମ୍ବାଇରେ ଚାର୍ଟର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ,ଚାଲିଗଲା ୫ ଜୀବନ

ENO Beuro

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

ENO Beuro

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More