EnewsOdia.Com

ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

ଏସବିଆଇ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନରଖିଲେ ବି କଟିବନି ଫାଇନ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ ଆଣିଲା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିପାରିବ । ପୂର୍ବରୁ ଦେଶରେ ଥିବା ୪୪.୫୧ କୋଟି ସେଭିଙ୍ଗସ ଆକାଉଣ୍ଟଧାରୀ ମିନିମମ୍‌ ବାଲାନ୍ସ ନରଖିପାରିଲେ ତଣ୍ଡ ଗୁଣୁଥିଲେ । ଏଥିଯୋଗୁ ଅନେକ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ଏସବିଆଇ ଏହି ପ୍ରାବଧାନକୁ ଉଠାଇ ଦେଇଛି ।

ପୂର୍ବରୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଏସବିଆଇ ୫ରୁ ୧୫ ଟଙ୍କା ମଧ୍ୟ ଫାଇନ ଓ ଟିକସ ଆଦାୟ କରୁଥିଲା । ଏସ୍‌ଏମଏସ୍ ପାଇଁ ପୂର୍ବରୁ ଲୋକମାନେ ଚାର୍ଜ ଦେଉଥିଲେ । ହେଲେ ଏହି ନିୟମକୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ହଠାଇ ଦେଇଛନ୍ତି । ସେପଟେ ସେଭିଙ୍ଗସ ଆକାଉଣ୍ଟରେ ରଖାଯାଉଥିବା ଟଙ୍କା ଉପରେ ସୁଧ ହାର ୩.୨୫%ରୁ ହ୍ରାସ କମାଇ ୩ ପ୍ରତିଶତ କରିଦିଆଯାଇଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଏସବିଆଇ ଗ୍ରାହକଙ୍କ ମନ କଥା ବୁଝିଛି । ଏସବିଆଇର ଏହି ନିୟମରେ ଅତିଷ୍ଠ ହୋଇଥିବା ଗ୍ରାହକ ପୁଣିଥରେ ଏସବିଆଇ ଉପରେ ଆସ୍ଥା ପ୍ରକଟ କରିପାରିବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ପଢନ୍ତୁ: ଟୋକିଓ ଅଲମ୍ପିକରେ ପହଞ୍ଚିଲା କରୋନା ଆତଙ୍କ

ସମ୍ବନ୍ଧିତ ଖବର

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ଆମେରିକାକୁ ସୁଲେମାନୀଙ୍କ ଝିଅର ଧମକ

Ratnamani Maharana

କଟକର ଆଇନକ୍ସରେ ‘ଛପାକ୍‌’ ଦେଖିଲେ ଓଡିଶାର ୫ ଏସିଡ୍‌ ପୀଡ଼ିତା

Ratnamani Maharana

ଏବେ ଡମ୍ପିଂୟାର୍ଡରେ ନପଡି କମ୍ପୋଷ୍ଟ ସେଣ୍ଟରରେ ପଡିବ ଅଳିଆ

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ

Ratnamani Maharana