Featured

ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ! ଆକାଉଂଟରୁ କଟୁୁଛି ଟଙ୍କା ,ଜାଣନ୍ତୁ କାହିଁକି ?

ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ବଢୁଛି। ସବିଆଇ ଗ୍ରାହକଙ୍କ ବ୍ୟାଙ୍କ ଆକାଂଉଟରୁ ଅଚାନକ ଟଙ୍କା କଟିିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଜାଣିରଖନ୍ତୁ ଟଙ୍କା କଟିବାର ପ୍ରମୁଖ କାରଣ କ’ଣ ରହିଛି?

ଏସବିଆଇ ଆକାଂଉଟରୁ ୧୪୭.୫୦ ଟଙ୍କା କଟିି ଯାଇଛି କି ? ଟଙ୍କା କଟିବା ଏସଏମଏସ ମଧ୍ୟ ଆସିଥିବ। ଏସଏମଏସରେ ଟଙ୍କା କଟିବା ବିଷୟରେ କିଛି ସୂଚନା ଦିଆଯାଇ ନାହିଁ, ସେଥିପାଇଁ ଚିନ୍ତାରେ ରହୁଛନ୍ତି କି ? ତେବେ ଆମେ ଆପଣଙ୍କୁ ଆପଣଙ୍କ ଆକାଂଉଟରୁ କାହିଁକି ଟଙ୍କା କଟିଛି, ସେ ବାବଦରେ ଜାଣନ୍ତୁ ।

ଜଣେ ଏସବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯଦି ଲୋକମାନେ ତାଙ୍କ ଷ୍ଟେଟମେଂଟ ଦେଖିବେ, ତା’ହେଲେ ଜାଣିପାରିବେ କାହିଁକି ଟଙ୍କା କଟିଛି ? ପ୍ରକୃତରେ, ୧୪୭.୫୦ ଟଙ୍କା ଏଟିଏମର ବାର୍ଷିକ ଚାର୍ଚ୍ଚରେ କଟିଛି । ଏହି ଚାର୍ଚ୍ଚରେ ଜିଏସଟି ସାମିଲ ହୋଇଛି, ଯାହା ଫଳରେ ଏହାର ଚାର୍ଚ୍ଚ ୧୪୭.୫୦ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ଅଧିକାରୀ ଜଣ କହିଛନ୍ତି ଯେ ଗତବର୍ଷ ଏପ୍ରିଲ ମାସରେ ହିଁ ଏସବିଆଇ ଶୁଳ୍କରେ ପରିବର୍ତ୍ତନ ଆଣିଥିଲା । ଏହାସହ ଏଟିଏମ ଚାର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ଡେବିଟ କାର୍ଡର ବାର୍ଷିକ ଚାର୍ଚ୍ଚ ୧୨୫ ଟଙ୍କା ଥିଲା ବେଳେ ଜିଏସଟି ଲାଗିବା ପରେ ୧୪୭.୫୦ ଟଙ୍କା ହୋଇଯାଇଛି।

ଏହାର ସମାଧାନ ପାଇଁ ସିଧାସଳଖ ବ୍ୟାଙ୍କକୁ ଯାଆନ୍ତୁ ନଚେତ ମେସେଜ ବକ୍ସରେ ଟଘଐଇଚଚଣ ଲେଖିି ୮୦୦୮୨୦୨୦୨୦ରେ ପଠାଇ ପାରିବେ । ଏହା ଛଡା ଅନ୍ୟ ଏକ ବିକଳ୍ପ ମଧ୍ୟ ରହିଛି । ଯଦି ଅଭିଯୋଗର ୧୦ ଦିନ ମଧ୍ୟରେ ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ ହେଉ ନାହିଁ, ତେବେ ନେଟୱାର୍କ ନୋଡାଲ ଅଫିସରଙ୍କୁ ମଧ୍ୟ ଅଭିଯୋଗ କରିପାରିବେ । ଏହାଛଡା ଷ୍ଟେଟ ବ୍ୟାଙ୍କ ଅଫ ଇଂଣ୍ଡିଆ ଚେୟାରମ୍ୟାନଙ୍କୁ ମଧ୍ୟ ଅଭିଯୋଗ କରିପାରିବେ।

ପଢନ୍ତୁ;

କ୍ରିକେଟର ମୋହମ୍ମଦ ସାମିଙ୍କ ଜୀବନରେ ଝଡ଼ ,ପତ୍ନୀ ହସୀନ ଲଗାଇଲେ ସଙ୍ଗୀନ ଅଭିଯୋଗ

Related posts

ଆସନ୍ତୁ ଜାଣିବା ଲେମ୍ବୁର କେତେକ ବିଶେଷ ବ୍ୟବହାର ଓ ଉପକାରୀତା ଗୁଣ ବିଷୟରେ

ENO Beuro

ନିଜ ଇୟରଫୋନ ଅନ୍ୟକୁ ବ୍ୟବାହାର ପାଇଁ ଦଉଛନ୍ତି କି ? ଯାଣନ୍ତୁ କି ସମସ୍ୟା ହେଇପାରେ

ENO Beuro

Ruchi Prativa Samman – 2017 At Saheed Bhawan On August 19

ENO Beuro

Leave a Comment