News

ଜମା ଓ ଋଣ ଉପରୁ ସୁଧ ହାର କମାଇବାକୁ ନିଷ୍ପତ୍ତି ନେଇଛି ଏସବିଆଇ

Sbi 750x430

ପାର୍ବଣ ଋତୁ ପ୍ରାରମ୍ଭରେ ଏସବିଆଇ ତାର ଗ୍ରାହକଙ୍କ ପାଇଁ ଆଣିଛି ଉପହାର। ଋଣ ଓ ସ୍ଥାୟୀ ଜମା ଉପରେ ସୁଧ ହାର କମାଇବାକୁ ଘୋଷଣା କରିଛି ଏସବିଆଇ। ଓ ସ୍ଥାୟୀ ଜମା ଉପରେ ସୁଧ ହାର କମାଇବାକୁ ଘୋଷଣା କଲା ବ୍ୟାଙ୍କ । ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ ଆସନ୍ତାକାଲିଠାରୁ ସୁଧ ହାର ୧୦ ବେସିକ୍ ପଏଂଟ ହ୍ରାସ କରାଯିବ । ଫିକ୍ସ ଡିପୋଜିଟ୍ ଉପରେ ମଧ୍ୟ ସୁଧ ହାର ହ୍ର୍ରାସ କରିବାକୁ ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଯାହା ଫଳରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିବା ଗ୍ରାହକମାନଙ୍କୁ କିଛି ପରିମାଣରେ କ୍ଷତି ସହିବାକୁ ପଡିବ । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି ।

ମେ’ ମାସ ପରେ ଏହା ଷ୍ଟେଟ ବ୍ୟାଙ୍କର ପଂଚମ ଥର ସୁଧ ହାର ହ୍ରାସ । ଅକ୍ଟୋବର  ପହିଲା ସୁଧା ନୂଆ ସୁଧ ହାର ହ୍ରାସ ଲାଗୁ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ସମଗ୍ର ଦେଶରେ ୨୨, ୦୦୦ରୁ ଅଧିକ ଶାଖା ଥିବା ଷ୍ଟେଟ୍ ବ୍ୟାଙ୍କ୍ ଭାରତର ସର୍ବ ବୃହତ୍ ବ୍ୟାବସାୟିକ ବ୍ୟାଙ୍କର ମାନ୍ୟତା ପାଇଛି।
ପଢନ୍ତୁ: ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ମାନୁ ନାହାନ୍ତି ସରକାର

Related posts

ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି

Ratnamani Moharana

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

Drainage & Sewerage Projects Of Cuttack, Bhubaneswar Will Complete By 2018 Last – JICA

ENO Beuro

1 comment

୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର September 9, 2019 at 12:55 pm

[…] ଜମା ଓ ଋଣ ଉପରୁ ସୁଧ ହାର କମାଇବାକୁ… […]

Leave a Comment