News

କଣ ଆପଣଙ୍କର ଖାତା ଅଛି କି ଏହି ବ୍ୟାଙ୍କରେ , ଆଉ ଦେବାକୁ ପଡିବନି ଅଧିକ ସୁଧ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଆଉ ଦୁଇଟି  ବ୍ୟାଙ୍କ ନିଜର ସମସ୍ତ ଲୋନ ଉପରେ ନେଉଥିବା ସୁଧ ଦରକୁ ହ୍ରାସ କରିଦେଇଛନ୍ତି  । ଏହି ନୂଆ ଦର ଆଜିଠାରୁ ଅର୍ଥାତ ନଭେମ୍ବର ୧ରୁ ଲାଗୁ କରାଯାଇଛି । ଏହି ନିଷ୍ପତ୍ତି ପରେ ଗୋଟିଏ ମାସ ପାଇଁ ନିଆଯାଇଥିବା କରଜ ବା ଲୋନ ଉପରେ ଏମସିଏଲଆର ଏବେ ୭.୭୫ ପ୍ରତିଶତ ବଦଳରେ ୭.୭୦ ପ୍ରତିଶତ ହୋଇଯିବ । ସେହିପରି ୩ ବର୍ଷର ସମୟସୀମା ପାଇଁ ନିଆଯାଉଥିବା ଲୋନ ଦରକୁ ୮.୧୫ ପ୍ରତିଶତରୁ କମାଇ ୮.୧୦ ପ୍ରତିଶତ କରିଦିଆଯାଇଛି । ଏଭଳି ଭାବେ ବ୍ୟାଙ୍କ ଗୋଟିଏ ମାସ, ୩ମାସ, ୬ମାସ ଏବଂ ୨ ବର୍ଷର ଅବଧିରେ ନିଆଯାଉଥିବା ଲୋନ ଦରରେ ହ୍ରାସତା କରିଛନ୍ତି । ଦରରେ ହ୍ରାସତା କାରଣରୁ ବର୍ଷକ ପାଇଁ ନିଆଯାଉଥିବା ଏମସିଏଲଆର ୮ ପ୍ରତିଶତରୁ କମି ୭.୯୫ ପ୍ରତିଶତରେ ପହଂଚିଛି ।

ଏସିବିଆଇର ଅଫିସିଆଲ ୱେବସାଇଟରେ ପ୍ରକାଶିତ ସୂଚନା ମୁତାବକ, ସମସ୍ତ ପ୍ରକାରର ବେଂଚମାର୍କ ଲ୍ୟାଣ୍ଡିଂ ଦରରେ ୦.୦୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ଆହ୍ଲାବାଦ ବ୍ୟାଙ୍କରେ ମଧ୍ୟ ସମସ୍ତ ଅବଧିର ଲ୍ୟାଣ୍ଡିଂ ଦର (ଏମସିଏଲଆର)ରେ ୦.୧୫ ପ୍ରତିଶତକୁ କମାଇ ଦେଇଛି । କର୍ଣ୍ଣାଟକ ବ୍ୟାଙ୍କ ବି ବର୍ଷକ ପାଇଁ ବେଂଚମାର୍କ ଲ୍ୟାଣ୍ଡିଂ ଦରମାନଙ୍କରେ ୦.୧୦ ପ୍ରତିଶତ କମାଇଥିବା ନେଇ ଘୋଷଣା କରିଛି ।

କଣ ଆପଣଙ୍କର ଖାତା ଅଛି କି ଏହି ବ୍ୟାଙ୍କରେ , ଆଉ ଦେବାକୁ ପଡିବନି ଅଧିକ ସୁଧ

ପଢନ୍ତୁ, ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

Related posts

ମାର୍ଚ୍ଚ ୫ରୁ ଆରମ୍ଭ ସିବିଏସଇ ପରୀକ୍ଷା : ସିବିଏସଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ENO Beuro

ବିମାନବନ୍ଦରରୁ ପୁଣି ୧୦.୫୬ ଲକ୍ଷର ସୁନା ଜବତ

ENO Beuro

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More