News

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ଆହୁରି ଅଧିକ ହ୍ରାସ ପାଇପାରେ

By Krishna Kumar Manoj

November 17, 2017

ଭାରତର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗତ ୨୦୧୭ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସର୍ବୋମୋଟ ୧୦,୫୮୪ କର୍ମଚାରୀଙ୍କୁ ହ୍ରାସ କରିଛି । ୨୦୧୮ ମାର୍ଚ୍ଚ ମାନେ ବର୍ଷ ଶେଷ ସୁଧା ଆହୁରି  ୪୮୭୬ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ରଖିଛି ।

ସେପ୍ଟେମ୍ବର ୨୦୧୭ ରେ କର୍ମଚାରୀଙ୍କ ସଂଖ୍ୟା ୨,୬୯,୨୧୯ କୁ ଖସି ଆସିଛି ଯାହା ୨୦୧୭ ମାର୍ଚ୍ଚରେ ୨,୭୯,୮୦୩ ଥିଲା ।

ମିଳିଥିବା ଖବର ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଏସ୍‌ବିଆଇ ସହିତ ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର ଆଣ୍ଡ ଜୟପୁର, ଷ୍ଟେଟବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟବ୍ୟାଙ୍କ ଅଫ୍‌ ମୈସୁର, ଷ୍ଟେଟବ୍ୟାଙ୍କ ଅଫ୍‌ ପଟିୟାଲା ଓ ଷ୍ଟେଟବ୍ୟାଙ୍କ ଅଫ ଟ୍ରାଙ୍କୋଭର ଓ ଭାରତୀୟ ମହିଳା ବ୍ୟାଙ୍କରେ ବି କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଛି।

ଏଥିସହିତ ଏସ୍‌ବିଆଇର କର୍ମଚାରୀଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ପୁରୁଣା କର୍ମଚାରୀଙ୍କୁ ଅବସର ଦେବା ସହିତ ନୂତନ କର୍ମଚାରୀଙ୍କୁ ନିଯୁକ୍ତିର ଯୋଜନା ବି କରୁଛି। ତେବେ ଆର୍ଥିକ ବର୍ଷ ୨୦୧୮ରେ ୧୫,୪୬୦ ବ୍ୟାଙ୍କ କର୍ମଚାରୀ ଅବସର ନେବେ। ତେବେ ଏସ୍‌ବିଆଇରେ ୫,୦୦୦ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇପାରେ ବୋଲି ବି ରିପୋର୍ଟ ମିଳିଛି।

ପଢନ୍ତୁ, ଆଜିର ରଣଜୀ ଟ୍ରଫି ର ଷଷ୍ଠ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଓଡ଼ିଶା ଓ ବରୋଦା